ମାନସ ସ୍ୱାଇଁ ହତ୍ୟା ମାମଲା: କେମିତି କରିଥିଲେ ହତ୍ୟା ? ସତ ଓଗାଳିଲା ରଞ୍ଜନ
ମାନସ ସ୍ୱାଇଁ ହତ୍ୟା ମାମଲାରେ ରଞ୍ଜନ ସତ ମାନିଛି । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡର ଗୁମର ଖୋଲିଲା ରଞ୍ଜନ ନାୟକ । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ କରିଥିବା ନେଇ ସ୍ୱୀକାର କରିଛି ।
ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟା ମାମଲାରେ ରଞ୍ଜନ ସତ ମାନିଛି । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡର ଗୁମର ଖୋଲିଲା ରଞ୍ଜନ ନାୟକ । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ କରିଥିବା ନେଇ ସ୍ୱୀକାର କରିଛି ।

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳି ରଞ୍ଜନ କହିଛି ଯେ, ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ। ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇ ଥିଲା। ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ। ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ି ଦିଆଯାଇଥିଲା।
ରଞ୍ଜନ ଆହୁରି କହିଛି ଯେ, ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାକୁ ପୋଡ଼ି ଦିଆଯାଇଥିଲା। ଏପରିକି ଗାତ ଖୋଳିଥିବା କୋଦାଳ, ଗଇଁତିକୁ ସେଠାରେ ଥିବା ବୁଦାମୂଳକୁ ଫିଙ୍ଗି ଦିଆଯାଇ ଥିଲା।'
ସୂଚନାଥାଉ କି, ଆଜି ହତ୍ୟା ଘଟଣାରେ ବ୍ୟବହୃତ ସାମଗ୍ରୀ ଜବତ ଚଣ୍ଡିଖୋଲରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସ ବ୍ୟବହାର କରୁଥିବା ଚପଲ ଅଧା ପୋଡା ଅବସ୍ଥାରେ ମିଳିଛି । ମୋବାଇଲ୍ ଇୟର ଫୋନ୍ ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଖା ବସ୍ତା ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୋଲିସ ଆଗରେ ସତ ଓଗାରିଛି ଅଭିଯୁକ୍ତ ରାଜ ।












Click it and Unblock the Notifications