ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଭାଇ ଗିରଫ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ଗିରଫ । ତାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଉଠାଇ ଆଣିଲେ।

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ଗିରଫ । ତାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଉଠାଇ ଆଣିଲେ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପରମେଶ୍ୱରକୁ ଭଦ୍ରକ ପୋଲିସ୍‌ ଧରି ଓଡ଼ିଶା ଆଣୁଛି। କୁହାଯାଉଛି ଶର୍ମିଷ୍ଠାଙ୍କୁ ଫେରାର୍‌ କରିବାରେ ପରମେଶ୍ୱରଙ୍କର ହାତ ରହିଛି। ତେବେ ଏହି ହତ୍ୟାକାଣ୍ଡରେ ପରମେଶ୍ୱରଙ୍କ ହାତ ରହିଛି କି ନାହିଁ, ତାହା ଜଣାପଡ଼ି ନାହିଁ। ତଥାପି ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Manas Swain murder Case

ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ଘଟଣାରେ ରାଜ୍ କମ୍ୟୁନିକେସନ ମାଲିକ ସମେତ ୨ ଜଣ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଚାନ୍ଦବାଲି ଥାନା ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍‌ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+