Get Updates
Get notified of breaking news, exclusive insights, and must-see stories!

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ରାଉତ ଓ ଝୁନା ଭୋଇକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜିଠୁ ୩ ଦିନ ଧରି ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ଝୁନା ଭୋଇକୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ ଦିନ । ବିଭିନ୍ନ ଦିଗକୁ ନେଇ ଶର୍ମିଷ୍ଠା ଓ ଝୁନାକୁ ପଚରାଉଚରା କରିଛି

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜିଠୁ ୩ ଦିନ ଧରି ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ଝୁନା ଭୋଇକୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ ଦିନ । ବିଭିନ୍ନ ଦିଗକୁ ନେଇ ଶର୍ମିଷ୍ଠା ଓ ଝୁନାକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

Manas Swain

ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଏକାଠି ଜେରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଟିମ୍ ଦୁଇ ଜଣଙ୍କୁ ଜେରା କରୁଛନ୍ତି । ବ୍ୟକ୍ତିଗତ ଜେରା ବେଳେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଏକାଠି ଜେରା କରାଯାଉଛି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ହାତରେ ବର୍ତ୍ତମାନ ସୁଦ୍ଧା ଲାଗି ନାହିଁ ।

ଗତକାଲି ୫ ଦନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ହେଲେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଚାନ୍ଦବାଲି JMFC କୋର୍ଟ । ତେବେ ପ୍ରଥମ ପର୍ଯ୍ୟାୟରେ ମିଳିପାରିନଥିବା କିଛି ତଥ୍ୟକୁ ଖୋଜିବ କ୍ରାଇମବ୍ରାଞ୍ଚ ।

ମେମୋରି ଚିପ୍ ସହ ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତରେ ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେରା ସଂପର୍କିତ ସୂଚନା ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଦେବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+