ମାନସ ସ୍ୱାଇଁ ହତ୍ୟା ମାମଲା: ଖୋଲୁଛି ଗୁମର, ଚଣ୍ଡିଖୋଲରୁ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ ଟିମ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଲୁଛି ନୂଆ ଗୁମର । ଆଜି ହତ୍ୟା ଘଟଣାରେ ବ୍ୟବହୃତ ସାମଗ୍ରୀ ଜବତ ଚଣ୍ଡିଖୋଲରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଲୁଛି ନୂଆ ଗୁମର । ଆଜି ହତ୍ୟା ଘଟଣାରେ ବ୍ୟବହୃତ ସାମଗ୍ରୀ ଜବତ ଚଣ୍ଡିଖୋଲରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସ ବ୍ୟବହାର କରୁଥିବା ଚପଲ ଅଧା ପୋଡା ଅବସ୍ଥାରେ ମିଳିଛି । ମୋବାଇଲ୍ ଇୟର ଫୋନ୍ ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଖା ବସ୍ତା ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୋଲିସ ଆଗରେ ସତ ଓଗାରିଛି ଅଭିଯୁକ୍ତ ରାଜ ।

ସେପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଅଡୁଆରେ ପଡିଲେଣି ନିରଞ୍ଜନ ସେଠୀ । ପୋଲିସ ଶର୍ମିଷ୍ଠାକୁ ଖୋଜୁଥିବା ବେଳେ ଶର୍ମିଷ୍ଠା ସହ ଯୋଗୀ ଝୁନା ଭୋଇକୁ ସାଙ୍ଗରେ ଧରି ଭଦ୍ରକ, କାଳିଆପାଣୀ. ଯାଜପୁର ଓ ବାଲେଶ୍ୱର ଯାଉଥିଲା ବୋଲି ସବୁ ସତ ମାନିଛି ।
ପୋଲିସକୁ ଭୁଆଁ ବୁଲାଇବା ପାଇଁ ଶର୍ମିଷ୍ଠା ନିଜ ମୋବାଇଲକୁ ନିଜ ଆପାର୍ଟମେଣ୍ଟରେ ଛାଡି ପଳାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜେରା ସମୟରେ ମାନିଛନ୍ତି । ସେ ଭଦ୍ରକ ଜିଲ୍ଲାରୁ ଗୋଟିଏ ସିମ୍ ଓ କୋଲକାତାରୁ ୨ଟି ସିମ କିଣି ନିଜ ସମ୍ପର୍କୀୟଙ୍କ ସହ ସମ୍ପର୍କ କରୁଥିଲା ବୋଲି ପୋଲିସ ଆଗରେ ମାନିଛି ।
ଶର୍ମିଷ୍ଠାଙ୍କୁ ତାଙ୍କ ସମ୍ପର୍କୀୟ ସହ ଯୋଗ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଶର୍ମିଷ୍ଠା ଆସ୍ତେ ଆସ୍ତେ ସବୁ ସତ ମାନିଯିବା ପରେ ଏବେ ଅଡୁଆରେ ପଡିଛନ୍ତି ଅବସରପ୍ରାପ୍ତ ଅଫିସର ନିରଞ୍ଜନ ସେଠୀ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ନିରଞ୍ଜନ ଓ ତାଙ୍କ ସହଯୋଗୀ ମାନଙ୍କୁ ପଚରା ଉଚରା କରି ସତ୍ୟ ସାମ୍ନାକୁ ଆଣିବ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications