ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶ୍ୱଶୁର ଘରେ ପଶି ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ବଲାଙ୍ଗୀର ବେଳପଡା ଥାନା ବାହାବଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ଵାମୀ ସୁଧିର ବାଗ ବୋଲି ଜଣାପଡିଛି ।

ବଲାଙ୍ଗୀର: ରାକ୍ଷସ ସାଜିଲା ସ୍ବାମୀ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶ୍ୱଶୁର ଘରେ ପଶି ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ବଲାଙ୍ଗୀର ବେଳପଡା ଥାନା ବାହାବଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ଵାମୀ ସୁଧିର ବାଗ ବୋଲି ଜଣାପଡିଛି । ସ୍ତ୍ରୀକୁ ଆକ୍ରମଣ ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଛି ।

murder
ଗୁରୁତର ଭାବେ ସୁଧିରଙ୍କ ସ୍ତ୍ରୀ ହେମଲତା ବାଗଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ହେମଲତାଙ୍କ ପରିବାର ପକ୍ଷରୁ ବେଳପଡା ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । 11 ବର୍ଷ ତଳେ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା । ହସଖୁସିରେ ଦୁଇ ସନ୍ତାନଙ୍କୁ ନେଇ ଚାଲିଥିଲା ପରିବାର। ହେଲେ ହଠାତ ପାଖ ଗାଁର ଜଣେ ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ସଂପର୍କ ନେଇ ସନ୍ଦେହ କରିଥିଲେ ସୁଧିର ।

ସୋମବାର ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଫୋନରେ କଥାହେଉଥିବା ଦେଖି ତାଙ୍କୁ ପ୍ରଥମେ କାଠ ଫାଳିଆରେ ଆକ୍ରମଣ କରିଥିଲେ ସୁଧୀର। ଫଳରେ ହେମ ତାଙ୍କ ପ୍ରେମିକ ସହ ଘରଛାଡି ପଳାଇବା ପରେ ତାଙ୍କ ଭାଉଜଙ୍କ ଘରେ ରହୁଥିଲେ। ଖବର ପାଇ ସୁଧିର ହେମଙ୍କ ଭାଉଜଙ୍କ ଘରେ ପହଞ୍ଚି ତାଙ୍କୁ ଛୁରୀରେ ତଣ୍ଟି କାଟି ଦେଇଥିଲେ। ବର୍ତ୍ତମାନ ହେମଲତାଙ୍କ ଚିକିତ୍ସା ଚାଲିଥିବା ବେଳେ , ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+