ରନ ନେବାବେଳେ ଛାତିରେ ବାଜିଲା ବ୍ୟାଟ୍, ଚାଲିଗଲା ଜୀବନ
ରନ୍ ନେବା ସମୟରେ ଛାତିରେ ବ୍ୟାଟ୍ ବାଜି ବ୍ୟାଟ୍ସମ୍ୟାନଙ୍କର ମୃତ୍ୟୁ
ଖଲ୍ଲିକୋଟ : କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଦର୍ଶକଙ୍କ ତାଳିରେ କମ୍ପୁଥିଲା ପଡିଆର ଚାରିପାଖ । ସମସ୍ତ ବ୍ୟାଟ୍ସମ୍ୟାନର ଚଉକା ଛକାରେ ତାଳି ମାରୁଥିଲେ । ଠିକ୍ ଏହି ସମୟରେ କ୍ରିକେଟ ପିଚିରେ ଛକି ରହିଥିଲା ମୃତ୍ୟୁ । ବ୍ୟାଟ୍ସମ୍ୟାନ ରନ୍ ନେବା ସମୟରେ ଅସାବଧାନତା କାରଣରୁ ଛାତିରେ ବାଜିଲା ବ୍ୟାଟ୍ । ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଲେ । ତୁରନ୍ତ ହସ୍ପିଟାଲରେ ଭର୍ତି କରାଗଲା ।

ଡାକ୍ତର ସେଠାରେ ମୃତ ଘୋଷଣା କଲେ । ଏଭଳି ଅଭାବବନୀୟ ଓ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବୁରୁଝରି ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ଗୌଡ଼ (30) ବୋଲି ସୂଚନା ମିଳିଛି ।
ଘଟଣାରୁ ପ୍ରକାଶ, ବେଗୁନିଆପଡ଼ା ଫାଣ୍ଡି ବୁରୁଝୁରି ଗାଁରେ ଆଜି କ୍ରିକେଟ ମ୍ୟାଚ୍ ଚାଲିଥିଲା । ଏହି ସମୟରେ ନାରାୟଣ ବ୍ୟାଟିଂ କରୁଥିଲେ । ସେ ଏକ ରନ୍ ନେବା ପାଇଁ ଦୌଡୁଥିଲେ । ତେବେ ଦୌଡିବା ସମୟରେ ଉକ୍ତ ଦୁର୍ଘଟଣା ଘଟିଥିଲା । ସେ ତଳେ ପଡି ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଚିକିତ୍ସା ପାଇଁ ସୁମଣ୍ଡଳ ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ବିଗିଡି ଯିବାରୁ ସେଠାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications