ହାଜତ ମୃତ୍ୟୁ, ପୁରୀରୁ ରାଉରକେଲା : ପୁଲିସ ମାଡ଼ରେ ଯୁବକ ମୃତ
ପୁରୀ ପୁଲିସ ମାଡ଼ରେ ଯୁବକର ମୃତ୍ୟୁ
ପୁରୀ : ପୁଲିସ ହାଜତରେ ଯୁବକର ମୃତ୍ୟୁ ନେଇ ପୁରୀରୁ ଆସିଛି ସଙ୍ଗୀନ ଅଭିଯୋଗ । ଦୁଇ ଦିନ ତଳେ ଜଣେ ଯୁବକକୁ ଉଠାଇ ଆଣିଥିବା ବେଳେ ପୁଲିସ ମାଡ଼ରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତିର ନାମ କେ.ରମେଶ ଓ ତାଙ୍କ ଘର ଲୋକନାଥ ରୋଡ଼ ଫାଦର ସ୍କୁଲ ଅଞ୍ଚଳରେ ବୋଲି ସୂଚନା ମିଳିଛି । ସବୁ ଠାରୁ ବଡ କଥା ହେଲା ହାଜତ ମୃତ୍ୟୁ ହୋଇଥିବା ନେଇ ପୁରୀ ଏସପି ଅଖିଳେଶ୍ୱର ସିଂ ସ୍ୱିକାର କରିଛନ୍ତି ।

ପୁଲିସ ସହ ଧସ୍ତାଧସ୍ତା ହେବା ଫଳରେ ଯୁବକ ଜଣକ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିବା ଏସପି ଅଖିଳେଶ୍ୱର ସିଂ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ନେଇ ମଧ୍ୟ କହିଛନ୍ତି । ଅତିରିକ୍ତ ଏସପି ଏହି ମାମଲାର ତଦନ୍ତ କରିବେ । ଏଥିସହ ଥାନାରେ ହାଜତ ମୃତ୍ୟୁ ନେଇ ମାମଲା ହୋଇଛି ବୋଲି କହିଛନ୍ତି ଅଖିଳେଶ୍ୱର । ସେପଟେ ଏହି ଘଟଣାକୁ ନେଇ ପୁରୀ ବାସେଳିସାହି ଥାନାରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଅପରପକ୍ଷରେ ରାଉରକେଲାର ବିରମିତ୍ରପୁର ଥାନାରେ ମଧ୍ୟ ହାଜତ ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତଙ୍କୁ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଉଭୟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ । ଏଚଆରପିସି ନିୟମ ଅନୁସାରେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଭୟ କହିଛନ୍ତି ।












Click it and Unblock the Notifications