ପ୍ରେମିକାକୁ ଚିଠି ଲେଖି ଆତ୍ମହତ୍ୟା କଲା ପ୍ରେମିକ
ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଯୁବକଙ୍କ ଆତ୍ମହତ୍ୟା । ମୃତକ ଜଣକ ହେଲେ ଶକ୍ତିପ୍ରସାଦ ଶତପଥୀ । ଶକ୍ତିପ୍ରସାଦ ଜଣେ ଗାଡ଼ି ବ୍ୟବସାୟୀ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଯୁବକଙ୍କ ଆତ୍ମହତ୍ୟା । ମୃତକ ଜଣକ ହେଲେ ଶକ୍ତିପ୍ରସାଦ ଶତପଥୀ । ଶକ୍ତିପ୍ରସାଦ ଜଣେ ଗାଡ଼ି ବ୍ୟବସାୟୀ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଯୁବକଙ୍କ ପ୍ରେମ ବିଚ୍ଛେଦ ହୋଇଥିଲା । ଯାହାକୁ ନେଇ ମାନସିକ ଚିନ୍ତାରେ ଥିଲେ ଶକ୍ତି । ପ୍ରେମିକାଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଶକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଶକ୍ତିଙ୍କ ମୃତଦେହ ନିକଟରୁ ପୋଲିସ ଏକ ଚିଠି ଜବତ କରିଛି। ସେ ପ୍ରେମ କରୁଥିବା ଯୁବତୀ ଜଣଙ୍କ ପାଖକୁ ଏହି ଚିଠି ଲେଖିଥିବା ଅନୁମାନ କରାଯାଉଛି। ତେବେ ଚିଠି ପଛର ରହସ୍ୟ କଣ, ସଂପୃକ୍ତ ଯୁବତୀ କିଏ, ଆତ୍ମହତ୍ୟା ସହ ଚିଠିର ସମ୍ପର୍କ କଣ ସେ ନେଇ ପୋଲିସ ଖୋଳତାଡ଼ କରୁଛି । ଏହାସହ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ।
ଅନ୍ୟପକ୍ଷରେ ଶକ୍ତିଙ୍କ ବନ୍ଧୁ କହିଛନ୍ତି, ସିଆରପି ଛକରେ ଛକରେ ଶକ୍ତିର ଅଫିସ ରହିଛି। ତାର ୫ରୁ ୭ ଗାଡ଼ି ରହିଛି। ସେ ବେପାର କରେ। ସେ ଏକ ଝିଅକୁ ୭ବର୍ଷ ହେଲା ଭଲ ପାଉଥିଲା। ସେ ଝିଅକୁ ନେଇ ସବୁଆଡ଼େ ବୁଲାବୁଲି କରେ। ସେ ଝିଅଙ୍କ ସହ ବିଶୃଙ୍ଖଳା ହେବାରୁ ଆତ୍ମହତ୍ୟା କରିଛି।












Click it and Unblock the Notifications