ଟ୍ରେନରେ ହୋଇଗଲା ଏକ ତରଫ ପ୍ରେମ : ବନ୍ଧା ହେଲେ ଠିକାଦାର୍

ଟ୍ରେନରେ ନାବାଳିକାକୁ ଅଶ୍ଲୀଳ ବ୍ୟବହାର ନେଇ ରାଉରକେଲା ରେଳବାୟୀ ଥାନା ପୁଲିସ ଜଣେ ଠିକାଦାରଙ୍କୁ ଗିରଫ କରିଛି ।

ରାଉରକେଲା : ପରିବାର ସହ ଟ୍ରେନରେ ଘରକୁ ଫେରୁଥିଲେ ନାବାଳିକା । ହେଲେ ସେହି ଟ୍ରନର ବଗିରେ ଥିବା ଜଣେ ଠିକାଦାରଙ୍କୁ ହୋଇଗଲା ଏକତରଫା ପ୍ରେମ । ଟ୍ରେନ ଭିତରେ ହିଁ ନାବାଳିକା ଜଣଙ୍କୁ ପ୍ରେମ ନିବେଦନ କଲେ । ହେଲେ ସେତିକିରେ ଅଟକିନଥିଲେ ଠିକାଦାର୍ । ବରଂ ନାବାଳିକା ଜଣଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କଲେ । ଠିକାଦାରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ରେଳବାଇ ଥାନାରେ ଅଭିଯୋଗ କେଲ ନାବାଳିକା । ଘଟଣାଟି ଘଟିଛି ରାଉରକେଲା ଠାରେ ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଏକ ବିବାହ ଉତ୍ସବରେ ଯୋଗଦେଇ ନାବାଳିକା ଜଣଙ୍କ ପରିବାର ସହ ଏଲଟିଟି-ହାଉଡା଼ ଟ୍ରେନରେ ଫେରୁଥିଲେ ।

ଟ୍ରେନ

ସେହି ଟ୍ରେନରେ ଥିବା ଠିକାଦାର୍ ଜଣଙ୍କ ତାଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଲୀଳ ବ୍ୟବହାର କଲେ । ଏହାକୁ ନାବାଳିକା ଜଣଙ୍କ ରାଉରକେଲା ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସଂପୃକ୍ତ ଠିକାଦାରକୁ ଗିରଫ କରିଛି । ଗିରଫ ହୋଇଥିବା ଠିକାଦାର୍ ଜଣଙ୍କ ମୁର୍ସିଦାବାଦର ସମ୍ରାଟ୍ ଶେଖ ବୋଲି ପୁଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+