ସୀମା ଟପିଲା ସ୍ୱାମୀ : ସ୍ତ୍ରୀ ବେକରେ ବିଦ୍ୟୁତ ତାର ଗୁଡାଇ ହତ୍ୟା

ସ୍ତ୍ରୀ ବେକକୁ ବିଦ୍ୟୁତ ତାରି ଗୁଡାଇ ହତ୍ୟା କରିଛି ସ୍ୱାମୀ । ଘଟଣାଟି ଘଟଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନା ଧାମନଡଙ୍ଗା ଗାଁରେ

ବଲାଙ୍ଗିର : ସୀମା ଟପିଛି ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ କଳହ । ସାତ ଜନ୍ମର ସମ୍ପର୍କକୁ ପଛରେ ପକାଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ହତ୍ୟାବି ବେସ୍ ଚାଞ୍ଚଲ୍ୟକର । ସ୍ତ୍ରୀ ବେକକୁ ବିଦ୍ୟୁତ ତାରି ଗୁଡାଇ ହତ୍ୟା କରିଛି ସ୍ୱାମୀ । ଘଟଣାଟି ଘଟଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନା ଧାମନଡଙ୍ଗା ଗାଁରେ । ଅଭିଯୁକ୍ତ ସ୍ୱାମୀର ନାଁ ଜୟରାମ ମାଝୀ । ପୁଲିସ ଜୟରାମକୁ ଥାନାରେ ଅଟକ ରଖିଛି । ସେହିପରି ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା ମାଝୀ ।

ଅପରାଧ

ମିଳିଥିବା ସୂଚନା ଅନୁସାରେ ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡା ହୋଉଥିଲା । କଥା ଥାନା ଯାଏଁ ମଧ୍ୟ ଯାଇଥିଲା । ସେଠାରେ ଆପୋଷ ବୁଝାମଣା ପରେ ଦୁହେଁ ଘରକୁ ଫେରିଥିଲେ। ତେବେ ଏହି ପାରିବାରିକ କଳହ ବନ୍ଦ ହୋଇନଥିଲା । ଗତ ସୋମବାର ରାତିରେ କୌଣସି କାରଣରୁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ଉର୍ମିଳାଙ୍କ ବେକରେ ବିଦ୍ୟୁତ ତାର ଗୁଡାଇ ହତ୍ୟା କରିଥିଲା ସ୍ୱାମୀ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇଁ ପୁଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+