ମମିତା ମେହେର ହତ୍ୟାକାଣ୍ତ ମାମଲା: ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
ମମିତା ମେହେର ହତ୍ୟାକାଣ୍ତ ମାମଲା: ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
Mamita murder case in odia: ମମିତା ମେହେର ହତ୍ୟାକାଣ୍ତ ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଲେ ଆତ୍ମହତ୍ୟା । କଣ୍ଟାବାଞ୍ଝି ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ସୂଚନା ଅନୁସାରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଝି ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କଲେ ଡାକ୍ତର । ତେବେ ଜେଲ୍ ଭିତରେ ସେ କିଭଳି ଏପରି କାମ କଲେ ତାହା ଏବେ ଅସ୍ପଷ୍ଟ । ଆଜି ତାଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଥାନ୍ତା ।

ସୂଚନାଥାଉ ଯେ, ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ପୋଲିସ ଆଗରେ ସତ ମାନିସାରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଜେରା ବେଳେ ପୋଲିସ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା ଗୋବିନ୍ଦ ସାହୁ । ଯେଉଁ ୱାଗନର କାର୍ରେ ସେ ମମିତାଙ୍କୁ ନେଇ ଯାଇଥିଲା, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲା । ୨୦୨୧ ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ଏହି କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ମଧ୍ୟ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା । ହେଲେ ଶେଷରେ ସେ ମମିତାଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ଜେଲରେ ଥିଲେ ।












Click it and Unblock the Notifications