ମମିତା ମେହେର ହତ୍ୟା ମାମଲା: ଜେଲରୁ ବାହାରିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
ଜେଲରୁ ବାହାରିଲ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ଗୋବିନ୍ଦକୁ 14 ଦିନିଆ ଜାମିନ ଦେଇଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ ।
ବଲାଙ୍ଗୀର: ଜେଲରୁ ବାହାରିଲ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ଗୋବିନ୍ଦକୁ 14 ଦିନିଆ ଜାମିନ ଦେଇଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ । ସ୍ତ୍ରୀ ଓ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ଯୋଗୁଁ ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।

ହାଇକୋର୍ଟ ଗତ 29 ତାରିଖ 14 ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେରେ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟ ଦେଇଥିବା ଜାମିନ ଫାଇଲ କରିଥିଲେ । ବିଭିନ୍ନ ସର୍ତ୍ତ ଏବଂ 50 ହଜାରର ଦୁଇଟି ଜମାନତରେ ତାଙ୍କୁ ଜାମିନ ଦିଆଯାଇଛି ।
ଗୋବିନ୍ଦ ସାହୁ ପ୍ରତିଦିନ ତଦନ୍ତକାରୀ ଅଫିସଙ୍କ ପାଖରେ ହାଜର ହେବେ । ନିଜ ଅଞ୍ଚଳରୁ ବାହାରକୁ ଯାଇ ପାରିବେନାହିଁ । କୌଣସି ଅପରାଧ କରିବେ ନାହିଁ । କୌଣସି ସାକ୍ଷୀଙ୍କୁ ଭୟଭୀତ କରିବେ ନାହିଁ ବୋଲି ସର୍ତ୍ତ ରହିଛି ।












Click it and Unblock the Notifications