ମମିତା ମେହେର ମର୍ଡର କେସ: 54ଟି ତଥ୍ୟ ଦାଖଲ କଲା ପୁଲିସ
ବଲାଙ୍ଗିର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତ ବେଳେ ଜବତ ହୋଇଥିବା ଦେହାବଶେଷ ସହ ୫୪ଟି ତଥ୍ୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ ହୋଇଛି । ବଲାଙ୍ଗୀର ପୋଲିସ ଏହି ସବୁ ତଥ୍ୟ କୋର୍ଟରେ ଦାଖଲ କରିଛି । ସେହିପରି ଜବତ ହୋଇଥିବା ଦେହାବଶେଷ ଓ ଅସ୍ତି ଟେଷ୍ଟିଂ ପାଇଁ ଲାବୋରେଟୋରିକୁ ପଠାଯିବ ବୋଲି ସ୍ଥିର ହୋଇଛି। ଏଣେ ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଆଜି ଶେଷ ହେଉଛି।

ଏହି ସଂବେଦନଶୀଳ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀକୁ ଗିରଫ କରାଯିବା ପରେ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଏବଂ ଅଧିକ ତଥ୍ୟ ପାଇଁ ସମସ୍ତ ଚେଷ୍ଟା ଚଳାଇଛି ତଦଙ୍କକାରୀ ପୋଲିସ ଟିମ। ତେବେ ରିମାଣ୍ଡ ସମୟରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ମହାଲିଙ୍ଗ ଷ୍ଟାଡିୟମରକୁ ଗୋବିନ୍ଦ ସାହୁକୁ ନେଇଥିଲା ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଥିଲା ଗୋବିନ୍ଦ । କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ଏହାସହ ଚାନ୍ଦୋତାରା ଛକକୁ ମଧ୍ୟ ଗୋବିନ୍ଦକୁ ନିଆଯାଇଥିଲା । ସେହିଠାରୁ ନିଜ କାରରେ ବସାଇ ମମିତାଙ୍କୁ ଭବନୀପାଟଣା ନେଇଥିଲା ଗୋବିନ୍ଦ ।












Click it and Unblock the Notifications