ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ
ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁ ଗିରଫ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରେ ଗୋବିନ୍ଦ ଲୁଚିଥିଲା।
ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁ ଗିରଫ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରେ ଗୋବିନ୍ଦ ଲୁଚିଥିଲା। ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗୋବିନ୍ଦ ତାର ଭଉଣୀ ଘରେ ଲୁଚି ରହିଥିଲା । ଭଉଣୀ ଘର ପଖରେ ଥିବା ଆଖୁବାଡିରେ ଲୁଚି ରହିଥିଲେ ଗୋବିନ୍ଦ । ଚଢାଉ କରି ଆଖୁବାଡିରୁ ତାକୁ ଗିରଫ କରିଛି ପୋଲିସ । ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କୁ ଗିରଫଦାରୀ ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗୋବିନ୍ଦଙ୍କ ସହଯୋଗମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି ।
ଗତ ରବିବାର ଗୋବିନ୍ଦ ଟିଟିଲାଗଡ଼ ପୋଲିସ ବ୍ୟାରେକରେ ଥିବା ବେଳେ ହାତ ଧୋଇଯିବାକୁ କହି ଖସି ପଳାଇଥିଲେ। ପରେ ପୋଲିସ ତିନୋଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା। ତଥାପି ଗୋବିନ୍ଦ ପୋଲିସ ଜାଲରେ ପଡ଼ିନଥିଲା। ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୋଲିସ ପୁରସ୍କାର ରାଶିର ଘୋଷଣା କରିଥିଲା। ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୋଲିସ।

ସେପଟେ ଆଜି ସକାଳେ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ମୃତଦେହ ନିକଟରୁ ପାଉଁଜି, ସୁନା ଚେନ୍ ଓ ବ୍ୟାଗ ମିଳିଥିଲା। ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ହେଲେ ଦୁର୍ଭାଗ୍ୟକୁ ତା'ପୂର୍ବରୁ ସବୁ ପ୍ରକାର ଖେଳ ଖତମ ହୋଇଗଲା।












Click it and Unblock the Notifications