Get Updates
Get notified of breaking news, exclusive insights, and must-see stories!

ମମିତା ମେହର ନିଖୋଜ ମାମଲା: ମୋଷ୍ଟ ଓ୍ୱାଣ୍ଟେଡ୍ ଗୋବିନ୍ଦ ସାହୁକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା

ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ଲାଗି ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଲା । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କଲା ଜିଲ୍ଲା ପୋଲିସ ।

ବଲାଙ୍ଗିର: ମମିତା ନିଖୋଜ ମାମଲା । ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁର ଧରିବାକୁ ପୋଲିସର ତନାଘନା । ବିଭିନ୍ନ ସ୍ଥାନରେ ଗୋବିନ୍ଦ ସାହୁର ପୋଷ୍ଟର ମାରିଲା ପୋଲିସ । ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ଲାଗି ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଲା । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କଲା ଜିଲ୍ଲା ପୋଲିସ ।

Mamita Meher missing case

ଗୋବିନ୍ଦ ଟିଟିଲାଗଡ଼ ପୋଲିସ୍ ବ୍ୟାରେକରେ ଥିବା ବେଳେ ରବିବାର ରାତିରେ ହାତ ଧୋଇଯିବାକୁ କହି ଖସି ପଳାଇଥିଲେ। ଆଜି ସକାଳେ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମମିତା ଅପହରଣ ଘଟଣାରେ ଗୋବିନ୍ଦର ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ । ୧୭ ତାରିଖ ଯାଏଁ ଟିଟିଲାଗଡ ଥାନାରେ ଥିଲା ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଆଉ ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+