ମମିତା ମେହେର ହତ୍ୟାକାଣ୍ତ ଘଟଣା:ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ମମିତା ମେହେର ହତ୍ୟାକାଣ୍ତ ଘଟଣା । ୨ ଅଭିଯୁକ୍ତଙ୍କୁ ଶନିବାର ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

mamita meher_ murder case

ଭୁବନେଶ୍ୱର:ମମିତା ମେହେର ହତ୍ୟାକାଣ୍ତ ଘଟଣା । ୨ ଅଭିଯୁକ୍ତଙ୍କୁ ଶନିବାର ଦିନ ସର୍ତ୍ତମୂଳକ ଜାମିନ ପ୍ରଦାର କରିଛନ୍ତି ହାଇକୋର୍ଟ । ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ରଞ୍ଜିତ ସାହୁ ଏବଂ ସାନଚେର ବିଦ୍ୟାଳୟର ଶିକ୍ଷକ କୃତିବାସ ଚନ୍ଦନ । ତେବେ ଉଭୟଙ୍କୁ ସାକ୍ଷୀକୁ ପ୍ରଭାବିତ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଆତ୍ମହତ୍ୟା

ସୂଚନାଥାଉ ଯେ, ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତଦେହ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ଜେଲ୍‌ ପରିସରରୁ ଉଦ୍ଧାର ହୋଇଥିଲା । ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋବିନ୍ଦ ବଞ୍ଚିଥିବା ବେଳେ ରଞ୍ଜିତ ସାହୁ ଏବଂ କୃତିବାସ ଚନ୍ଦନ ସାକ୍ଷୀକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିଲେ ଯେଉଁଥି ପାଉଁ ଉଭୟଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଥିଲା ।

୨୦୨୧ ଅକ୍ଟୋବର ୮ରେ ମମିତା ମେହେର ହୋଇଥିଲେ ନିଖୋଜ

ସୂଚନାଥାଉ ଯେ, ୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୋଲିସ ବାରାକରୁ ସେ ଫେରାର ହୋଇ ଯାଇଥିଲା । ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଥିଲା ଏବଂ ସେହିଦିନ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ପୁଣି ଗରିଫ କରିଥିଲା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+