ରସିକିଆ ପୋଲିସ ବାବୁଙ୍କ ଲଭଷ୍ଟୋରୀ, ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗ
ଘଟଣା ମାଲକାନଗିରି ସଦର ଥାନର । ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ ।
ମାଲକାନଗିରି: ରସିକିଆ ପୋଲିସ ବାବୁଙ୍କ ଇଲିଗାଲ ଲଭଷ୍ଟୋରୀ । ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ଫସିଲେ ଥାନାଧିକାରୀ । ଏବେ ଗିରଫ ହୋଇ ଥାନାରେ ଅଟକ ରହିଛନ୍ତି । ଘଟଣା ମାଲକାନଗିରି ସଦର ଥାନର । ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ ।

ଅଭିଯୋଗ ମୁତାବକ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କଲେ। ହେଲେ ପରେ ଆଉ ଧରାଛୁଆଁ ଦେଇ ନ ଥିଲେ ପୁଲିସ୍ ବାବୁ। କଥା ଏତିକିରେ ସରି ନ ଥିଲା। ଏହାପରେ ସମ୍ପୃକ୍ତ କନଷ୍ଟେବଳଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବାର ଅଭିଯୋଗ ମଧ୍ୟ କଲେ। ଏପରି ସଙ୍ଗିନ ଅଭିଯୋଗରେ ମାଲକାନଗିରି DSP ଅକ୍ଷୟ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ୍ ।
ତେବେ ମହିଳା କନେଷ୍ଟବଳଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଷୟ ନାୟକ ତାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ୫ ବର୍ଷ ପୂର୍ବେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ମାତ୍ର ପରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଭୂଆଁ ବୁଲାଇବା ସହ ମାନସିକ, ଶାରୀରିକ ନିର୍ଯାତନା ଆରମ୍ଭ କରିଦେଲେ। ଏପରିକି ଫେସ୍ବୁକ ଆକାଉଣ୍ଟରେ ତାଙ୍କ ନାମରେ ଅପପ୍ରଚାର ମଧ୍ୟ ଆରମ୍ଭ କରି ଦେଲେ ।
ଏନେଇ ଗତ ଅକ୍ଟୋବର ୨୧ ତାରିଖରେ ଏକ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ନିମନ୍ତେ ଗତକାଲି ମାଲକାନଗିରି ଡିଏସ୍ପିଙ୍କୁ କେସିଙ୍ଗା ଡକାଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି।












Click it and Unblock the Notifications