ନାସିର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ମାନେସର ଗିରଫ
ଚଣ୍ଡିଗଡ଼: ଜୁନେଦ ନାସିର ହତ୍ୟା ମାମଲାରେ ଅଭିଯୁକ୍ତ ମୋନୁ ମାନେସରକୁ ଗିରଫ କରିଛି ହରିଆଣା ପୋଲିସ । ଚଳିତ ବର୍ଷ ଫେବୃଆରୀ ମାସରେ ଜୁନେଦ ନାସିରକୁ ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ମୋନୁ ମାନେସର ।

୧୬ ଫେବ୍ରୁଆରୀ ୨୦୨୩ରେ ହରିୟାଣାର ଭିବାନୀରେ ବୋଲେରୋ ଗାଡ଼ିରେ ଦୁଇଟି ଜଳିଯାଇଥିବା ଶବ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଶବ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁର ଜୁନୈଦ ଏବଂ ନାସିରଙ୍କର ଥିଲା । ଏହାପରେ ରାଜସ୍ଥାନ ଏବଂ ହରିୟାଣାରେ ମାମଲା ରୁଜୁ ହୋଇଥିଲା ।
ହରିୟାଣାର ଅନେକ ଗୋ-ରକ୍ଷକ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ନାଁ ଥିଲା ମୋନୁ ମାନେସର ଓରଫ ମୋହିତ ଯାଦବ । ଦୀର୍ଘଦିନର ଲୁଚକାଳି ପରେ ଆଜି ତାକୁ ହରିୟାଣା ପୋଲିସ ଗିରଫ କରିଛି ।












Click it and Unblock the Notifications