ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ
ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୋଲିସ ଗିରଫ କରିଛି ।
ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ।

ଉଲ୍ଲେଖଥାଉ କି, ଗତକାଲି ରାତିରେ ପଟିଆ ରେଳ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ । ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ନାବାଳିକା ଦିବ୍ୟାଙ୍ଗ ଥିବା ସୂଚନା ମିଳିଛି । ନାବାଳିକା ଦୁଇଜଣଙ୍କ ହାତ ଗୋଡ଼ ବାନ୍ଧି ରାତି ତମାମ ଅଭିଯୁକ୍ତମାନେ ଦୁଷ୍କର୍ମ କରି ଚାଲିଥିଲେ। ସକାଳୁ ସକାଳୁ ଦୁଇଜଣ ନାବାଳିକା ଘରକୁ ଫେରି ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେମାନେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ।
ପୀଡିତାଙ୍କ ଠାରୁ ପରିବାର ବର୍ଗ ଖବର ପାଇ ଅଭିଉକ୍ତଙ୍କୁ ପଚରା ଉଚରା କରାଯିବା ବେଳେ ମାମଲାର ରଫାଦଫା ପାଇଁ ଅର୍ଥ ଲୋଭ ଦେଖାଇଥିଲେ ଅଭିଯୁକ୍ତଙ୍କ ପରିବାର । ପରେ ଘଟଣା ବିଷୟରେ ଜାଣିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଇନଫୋସିଟି ଥାନାକୁ ଜଣାଇଥିଲେ । ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଥିଲେ । ପୀଡିତାଙ୍କ ପକ୍ଷରୁ ଥାନାରେ ମାମଲାରୁ ରୁଜୁ କରାଯାଇଛି ।












Click it and Unblock the Notifications