For Quick Alerts
Turn On Notification  
For Daily Alerts
Oneindia App Download

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୋଲିସ ଗିରଫ କରିଛି ।

|

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ।

Bhubaneswar Minor Rape Case

ଉଲ୍ଲେଖଥାଉ କି, ଗତକାଲି ରାତିରେ ପଟିଆ ରେଳ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ । ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ନାବାଳିକା ଦିବ୍ୟାଙ୍ଗ ଥିବା ସୂଚନା ମିଳିଛି । ନାବାଳିକା ଦୁଇଜଣଙ୍କ ହାତ ଗୋଡ଼ ବାନ୍ଧି ରାତି ତମାମ ଅଭିଯୁକ୍ତମାନେ ଦୁଷ୍କର୍ମ କରି ଚାଲିଥିଲେ। ସକାଳୁ ସକାଳୁ ଦୁଇଜଣ ନାବାଳିକା ଘରକୁ ଫେରି ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେମାନେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ ।

ପୀଡିତାଙ୍କ ଠାରୁ ପରିବାର ବର୍ଗ ଖବର ପାଇ ଅଭିଉକ୍ତଙ୍କୁ ପଚରା ଉଚରା କରାଯିବା ବେଳେ ମାମଲାର ରଫାଦଫା ପାଇଁ ଅର୍ଥ ଲୋଭ ଦେଖାଇଥିଲେ ଅଭିଯୁକ୍ତଙ୍କ ପରିବାର । ପରେ ଘଟଣା ବିଷୟରେ ଜାଣିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଇନଫୋସିଟି ଥାନାକୁ ଜଣାଇଥିଲେ । ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଥିଲେ । ପୀଡିତାଙ୍କ ପକ୍ଷରୁ ଥାନାରେ ମାମଲାରୁ ରୁଜୁ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Main Accused Arrested in Bhubaneswar Minor Rape Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X