ଧର୍ମ ପରିବର୍ତ୍ତନ ନ କଲେ ୭୦ ଖଣ୍ତ କରିବା ନେଇ ଧମକ, ପ୍ରେମିକା ଆଣିଲେ ଅଭିଯୋଗ

ଧର୍ମ ପରିବର୍ତ୍ତନ ନ କଲେ ୭୦ ଖଣ୍ତ କରିବା ନେଇ ଧମକ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ସହରର ପାଶିମ ଦେବପୁର ପୋଲିସ ଷ୍ଟେସନରେ ଲିଭ୍ଇନ୍‌ରେ ରହୁଥିବା ଜଣେ ଯୁବତୀ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଯୁବକ ନିଜର ପରିଚୟ ଲୁଚାଇ ପୀଡିତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରୁଥିଲା। ଯେତେବେଳେ ଅଭିଯୁକ୍ତ ପୀଡିତାଙ୍କ ସହ ଶ୍ରଦ୍ଧା ହତ୍ୟା ଭଳି ଘଟଣା ଘଟାଇବାକୁ ଧମକ ଦେଇଥିଲା,ଏହାପରେ ପୀଡିତା ତୁରନ୍ତ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ ।

crime
୨୪ ବର୍ଷୀୟ ପୀଡିତା ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ଅର୍ଶଦ ସଲିମ ମଲିକ ତାଙ୍କ ସହ ଲିଭଇନ୍ ରେ ରହୁଥିଲେ । ଅଭିଯୁକ୍ତ ପୂର୍ବରୁ ବିବାହିତ । ସେ ପ୍ରଥମ ଥର ପାଇଁ ୪ ଏପ୍ରିଲ ୨୦୧୬ରେ ବିବାହ କରିଥିଲେ ଏବଂ ଏ ବିଷୟରେ ସେ ପୀଡିତାଙ୍କୁ ଲୁଚାଇଥିଲେ । ଏପରିକି ଅଭିଯୁକ୍ତ ନିଜର ପ୍ରକୃତ ପରିଚୟ ମଧ୍ୟ ଲୁଚାଇଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା ।

ପୋଲିସକୁ ପୀଡିତା ଦେଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ତାଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରିବା ପାଇଁ କହୁଥିଲେ । ଯୁବତୀ ଜଣକ ଏହାକୁ ବିରୋଧ କରିବା ପରେ ଅଭିଯୁକ୍ତ ଯୁବକ ତାଙ୍କୁ ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ମନେ ପକାଇ ଦେଇଥିଲା । କେବଳ ଏତିକି ନୁହେଁ ଯୁବକ ଜଣକ ପୀଡିତାଙ୍କୁ ୭୦ ଖଣ୍ତ କରି କାଟି ଦେବା ନେଇ ଧମକ ଦେଇଥିଲା । ଏହି ମାମଲାରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ପିତାଙ୍କୁ ପୋଲିସ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+