ସଇତାନ ସାଜିଲା ସାନ ଭାଇ: ବଡ଼ ଭାଇର ପୂରା ପରିବାରକୁ କରିଦେଲା ସଫା
କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ନେଇ ସୂଚନା ରହିଛି । ଏପରି ବିଭତ୍ସ ଗଣହତ୍ୟା କାଣ୍ଡ ଭିଆଇଛି ମୃତକଙ୍କ ସାନଭାଇ ।
କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ନେଇ ସୂଚନା ରହିଛି । ଏପରି ବିଭତ୍ସ ଗଣହତ୍ୟା କାଣ୍ଡ ଭିଆଇଛି ମୃତକଙ୍କ ସାନଭାଇ । ବଡ଼ ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ସୂଚନା । ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନଭାଇ । ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ । ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଛାନଭିନ୍ ଜାରି ।

କଟକ- କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ନେଇ ସୂଚନା ରହିଛି । ଏପରି ବିଭତ୍ସ ଗଣହତ୍ୟା କାଣ୍ଡ ଭିଆଇଛି ମୃତକଙ୍କ ସାନଭାଇ ।
ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାବେଳେ, ଗତକାଲି ରାତିରେ ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଥିଲା ସାନ ଭାଇ । ଜମିବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି ।
ଅନ୍ୟପକ୍ଷରେ ବଡ଼ ଭାଇର ପୂରା ପରିବାରକୁ ମାରିବା ପରେ ଭିଡିଓ କରି ନିଜର ଦୋଷ ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ଭିଡିଓ ଜାରି କରି ସେ କହିଛ କି ପାରିବାରିକ କଳହ ପାଇଁ ମୋ ଭାଇ ଓ ମୋ ମଧ୍ୟରେ ତିକ୍ତତା ରହୁଥିଲା । ତେଣୁ ସେମାନେ ମୋତେ ବହୁତ ହଇରାଣ କରୁଥିଲେ । ଗତକାଲି ରାତିରେ ମୋ ଭାଇ, ଭାଉଜ ଓ ତାଙ୍କ ପିଲାମାନେ ମିଶିକି ମୋତେ ମାରିଥିଲେ । ତେଣୁ ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି ଓ ରାଗିକି ସେମାନଙ୍କୁ ଜୀବନରୁ ମାରିଦେଲି ବୋଲି ଭିଡିଓରେ କହିଛି ଅଭିଯୁକ୍ତ ସାନ ଭାଇ ଶିବ ପ୍ରସାଦ ସାହୁ ।












Click it and Unblock the Notifications