Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲା : ପୋକ୍ସୋ କୋର୍ଟରୁ ଶରତ ନାୟକଙ୍କୁ ଜାମିନ୍‌

କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲା । ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଜାମିନ୍‌ । ପୋକ୍ସୋ କୋର୍ଟରୁ ଶରତ ନାୟକଙ୍କୁ ମିଳିଲା ଜାମିନ୍‌ । ଅଡିଓ ଭାଇରାଲ୍ ପରେ ଗିରଫ ହୋଇଥିଲେ ଶରତ । କେସ୍ ରଫାଦଫା ନେଇ ଶରତଙ୍କ ଅଡିଓ ଭାଇରାଲ ହୋଇଥିଲା ।

ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫ ହୋଇଥିଲେ । ଏହାସହିତ ଅଭିଯୁକ୍ତ ଖେଳ ତଥା ପିଇଟି ଶିକ୍ଷକ ଅନୁପମ ରାୟଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା ।

ଏହି ମାମଲାରେ ଦଳରୁ ନିଲମ୍ବନ ହୋଇଥିଲେ ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ । ନାବାଳିକା ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ସେ ବିବାଦ ଘେରକୁ ଆସିଥିଲେ ।ଏହା ପରେ ଦଳରୁ ତାକୁ ନିଲମ୍ବନ କରାଯାଇଥିଲା।

ମାହାଙ୍ଗାର ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମାମଲାରେ ଏକ ଅଡିଓ ରେକର୍ଡ଼ିଂ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଘଟଣାରେ ବିଜେଡି ନେତା ଶରତ ନାୟକଙ୍କ ଲିଙ୍କ ଥିବା ଚର୍ଚ୍ଚା ହୋଇଥିଲା । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ ହଜାର ଟଙ୍କା ମାଗୁଥିଲେ ଶରତ । ଏହି ଭାଇରାଲ ରେକର୍ଡ଼ିଂରେ ମୃତ ଛାତ୍ରୀଙ୍କ ମା'ଙ୍କୁ ଟଙ୍କା ମାଗୁଥିବା ଜଣାପଡିଥିଲା । ଯାହାକୁ ନେଇ ତାଙ୍କୁ ନିଲମ୍ବନ୍ କରଯାଇଥିଲା।

SHARAT_NAYAK

ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା'ଙ୍କୁ ପଚରାଉଚରା ପରେ ସେମାନଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଆଉ ଶେଷରେ ଉଭୟ ଶରତ ଓ ଅନୁପମଙ୍କୁ ମାହାଙ୍ଗା ଥାନା ପୁଲିସ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+