ମାହାଙ୍ଗା ଗଣହତ୍ୟା: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ଶିବ, ୫ ଜଣଙ୍କୁ ହାଣିବାର ଦେଖାଇଲା ଡେମୋ
କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୁସୁପୁର ଗ୍ରାମରେ ପାରିବାରିକ କଳହ ତଥା ଜମିଜମା ବିବାଦକୁ ନେଇ ଘଟିଥିବା ଗଣହତ୍ୟା ମାମଲାରେ ଆଜି କ୍ରାଇମ୍ ସିନ୍ ରି କ୍ରିଏସନ୍ କରିଛି ପୋଲିସ୍ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୋଲିସ୍ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।
କଟକ: ଜିଲ୍ଲା ମାହାଙ୍ଗା ବ୍ଲକ୍ କୁସୁପୁର ଗ୍ରାମରେ ପାରିବାରିକ କଳହ ତଥା ଜମିଜମା ବିବାଦକୁ ନେଇ ଘଟିଥିବା ଗଣହତ୍ୟା ମାମଲାରେ ଆଜି କ୍ରାଇମ୍ ସିନ୍ ରି କ୍ରିଏସନ୍ କରିଛି ପୋଲିସ୍ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୋଲିସ୍ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।

କେମିତି ଶିବ ଏକାକୀ ୫ ଜଣଙ୍କୁ ହତ୍ୟା କରିଥିଲା, ତାହା ପୋଲିସ ଆଗରେ ଡେମୋ ଦେଖାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି । ତେବେ ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରାଯାଇଛି । ଦୁଇଦିନ ତଳେ ତାକୁ କୋର୍ଟଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଗତକାଲି ପୋଲିସ୍ ତାକୁ ରିମାଣ୍ଡରେ ଆଣିଥିଲା । ସେ ଅସୁସ୍ଥ ଥିବାରୁ ଠିକ୍ ଭାବେ ଚାଲିପାରୁ ନଥିବାରୁ ଗତକାଲି ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ କିନ୍ତୁ ସେ ଟିକିଏ ସୁସ୍ଥ ହୋଇଥିବା ସୂଚନା ରହିଛି ।
ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତ ଶିବ କେବଳ କହିଛି ନିଜ ବଡ ଭାଇର ପରିବାରକୁ ହତ୍ୟା କରିବା ପରେ ସେ ଘଣ୍ଟାଏ ଧରି କୋଠରୀ ଭିତରେ ବସିଥିଲା । ଆଉ କୋଠରୀ ଭିତରେ ପଡିଥିବା ରକ୍ତକୁ ଏକ ଗଞ୍ଜିରେ ପୋଛିଥିଲା । ସେହିପରି ହତ୍ୟାକାଣ୍ଡ ପରେ ସେହି ବନ୍ଦ କୋଠରୀରୁ କଟୁରୀ, ରକ୍ତ ଭିଜା ଗଞ୍ଜି, ମୃତ ମହିଳାଙ୍କ ଚୁଟି, ବଳକା ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ ।

ଏବେ ଜବତ ହୋଇଥିବା କଟୁରୀ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି ନାହିଁ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ସେହିପରି ମୃତକଙ୍କୁ ହତ୍ୟା କରିବା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ତାହା ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।
ସୂଚନା ଯୋଗ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ଜମି ବିବାଦକୁ ନେଇ ତା' ଭାଇ ଅଲେଖ ସାହୁ ଏବଂ ତାଙ୍କ ପରିବାରର ୫ ଜଣଙ୍କୁ ହତ୍ୟା କରିଛି । ଗତ ୧୦/୧୨ ବର୍ଷ ହେଲା ଦେଡ଼ଶୁର ଅଲେଖ ଆମକୁ ନାନାଦି ହଇରାଣ କରି ଆସୁଥିଲେ । ଏଣୁ ଦୁଇଦିନ ତଳେ ସ୍ୱାମୀ ଶିବ ପ୍ରସାଦ ତାଙ୍କ ଘରେ ପହଞ୍ଚି ବିବାଦ ଆରମ୍ଭ କରିଥିଲେ ଏବଂ ମୋତେ ଘରେ ବାହାରପଟୁ କବାଟ ଦେଇ ତାଙ୍କ ସହ ଯାଇ ବଚସା ଆରମ୍ଭ କରିଥିଲେ । ଅଲେଖଙ୍କ ପରିବାରକୁ ହତ୍ୟା କରିସାରିବା ପରେ ଆସି ତାଙ୍କ ନିଜ ଘର କବାଟ ଖୋଲିଥିଲେ ବୋଲି ଶିବ ପ୍ରସାଦଙ୍କ ପତ୍ନୀ ସୁନୀତା କହିଛନ୍ତି ।

ବଡ଼ ଭାଇ ଅଲେଖଙ୍କ ସମେତ ତାଙ୍କ ପତ୍ନୀ, ଝିଅ ଏବଂ ଦୁଇ ପୁତୁରାକୁ ଏକ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କରିବା ପରେ ଶିବ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ନିଜକୁ ଆତ୍ମସମର୍ପଣ କରିଥିଲା ।
ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଶିବ ସାହୁ ଏକ ଭିଡିଓ ଜରିଆରେ ହତ୍ୟାକାଣ୍ଡକୁ ସ୍ୱୀକାର କରିବା ସହ ମୋ ଭାଇ ମତେ ଜମିଜମା ବିବାଦକୁ ନେଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା ଏବଂ ଏଥିରେ ମୁଁ ଉତ୍ତକ୍ଷୀପ୍ତ ହୋଇ ତା'ର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲି ବୋଲି ସ୍ପଷ୍ଟ କରିଛି ।












Click it and Unblock the Notifications