For Quick Alerts
Turn On Notification  
For Daily Alerts
Oneindia App Download

ମାହାଙ୍ଗା ଡବଲ ମର୍ଡର: 4 ଅଭିଯୁକ୍ତ ଗିରଫ, ଚାଲିଛି କ୍ରାଇମ ସିନ ରି-କ୍ରିଏସନ

ଘଟଣା ସ୍ଥଳରେ କ୍ରାଇମ୍‌ ସିନ ରିକ୍ରିଏସନ୍‌ ଚାଲିଛି । କେଉଁ ହତିଆରରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ଧରି ପୁରା କ୍ରାଇମ୍‌ ସିନର ଡେମୋ ଦେଖାଉଛି ଅଭିଯୁକ୍ତ ।

|

ମାହାଙ୍ଗା: ବିଗତ କରିଛି ଦିନ ହେଲା ରାଜ୍ୟ ରାଜନୀତିକୁ ସରଗର କରିଥିବା ମାହାଙ୍ଗା ଡବଲ ମର୍ଡର କେସର 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥି ସହିତ ଆଜି କ୍ରାଇମ ସିନର ରି-କ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନିଆଯାଇଛି । ଘଟଣା ସ୍ଥଳରେ କ୍ରାଇମ୍‌ ସିନ ରିକ୍ରିଏସନ୍‌ ଚାଲିଛି । କେଉଁ ହତିଆରରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ଧରି ପୁରା କ୍ରାଇମ୍‌ ସିନର ଡେମୋ ଦେଖାଉଛି ଅଭିଯୁକ୍ତ ।

ତେବେ ଗତକାଲି ରାତିରେ ଚଢାଉ କରି ଉକ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାହାଙ୍ଗା ପୋଲିସ । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା ।

Mahanga double murder

ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଥିଲା । ଏତଲାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନଙ୍କ ନାମ ଆସିବାରୁ ରାଜନୀତି ସରଗରମ ହୋଇଛି । ସେପଟେ ଘଟଣାରେ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍ ତଦନ୍ତ କରୁଛି । ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣା ସ୍ଥଳରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mahanga double murder: 4 accused arrested, crime scene re-creation going on
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X