ମାହାଙ୍ଗା ଡବଲ ମର୍ଡର: 4 ଅଭିଯୁକ୍ତ ଗିରଫ, ଚାଲିଛି କ୍ରାଇମ ସିନ ରି-କ୍ରିଏସନ
ଘଟଣା ସ୍ଥଳରେ କ୍ରାଇମ୍ ସିନ ରିକ୍ରିଏସନ୍ ଚାଲିଛି । କେଉଁ ହତିଆରରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ଧରି ପୁରା କ୍ରାଇମ୍ ସିନର ଡେମୋ ଦେଖାଉଛି ଅଭିଯୁକ୍ତ ।
ମାହାଙ୍ଗା: ବିଗତ କରିଛି ଦିନ ହେଲା ରାଜ୍ୟ ରାଜନୀତିକୁ ସରଗର କରିଥିବା ମାହାଙ୍ଗା ଡବଲ ମର୍ଡର କେସର 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥି ସହିତ ଆଜି କ୍ରାଇମ ସିନର ରି-କ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନିଆଯାଇଛି । ଘଟଣା ସ୍ଥଳରେ କ୍ରାଇମ୍ ସିନ ରିକ୍ରିଏସନ୍ ଚାଲିଛି । କେଉଁ ହତିଆରରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ଧରି ପୁରା କ୍ରାଇମ୍ ସିନର ଡେମୋ ଦେଖାଉଛି ଅଭିଯୁକ୍ତ ।
ତେବେ ଗତକାଲି ରାତିରେ ଚଢାଉ କରି ଉକ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାହାଙ୍ଗା ପୋଲିସ । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା ।

ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଥିଲା । ଏତଲାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନଙ୍କ ନାମ ଆସିବାରୁ ରାଜନୀତି ସରଗରମ ହୋଇଛି । ସେପଟେ ଘଟଣାରେ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ନେତୃତ୍ୱରେ ୫ଟି ଟିମ୍ ତଦନ୍ତ କରୁଛି । ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣା ସ୍ଥଳରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications