PUBG ଖେଳିବା ପାଇଁ ମନା କରିବାରୁ ମା’କୁ ଗୁଳି କଲା ପୁଅ
ଗେମ ପାଇଁ ଗୁଳି କରି ହତ୍ୟା । PUBG (ପବଜି) ଖେଳିବା ପାଇଁ ମନା କରିବାରୁ ମା’କୁ ଗୁଳି କଲା ପୁଅ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଏହି ଘଟଣା ଘଟିଛି ।
ଲକ୍ଷ୍ନୌ: ଗେମ ପାଇଁ ଗୁଳି କରି ହତ୍ୟା । PUBG (ପବଜି) ଖେଳିବା ପାଇଁ ମନା କରିବାରୁ ମା'କୁ ଗୁଳି କଲା ପୁଅ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଏହି ଘଟଣା ଘଟିଥିବା ବେଳେ ମୋବାଇଲ ଗେମର ଭୟବହତାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ୧୬ ବର୍ଷ ପୁଅ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି କରି ତାର ମାଆକୁ ହତ୍ୟା କରିଛି । ପରେ ମୃତଦେହ ସହ ସେ ପ୍ରାୟ ୩ ଦିନ ନିଜ ସାନ ଭଉଣୀ ସହ ଗୋଟିଏ ଘରେ ସମୟ ବିତାଇଛି। ମଙ୍ଗଳବାର ରାତିରେ ଲକ୍ଷ୍ନୌର ଯମୁନାପୁରମ୍ କଲୋନୀରୁ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ଏକ କଲ୍ କରାଯାଇଥିଲା । ପଡୋଶୀ ଘରୁ ପ୍ରବଳ ଗନ୍ଧ ଆସୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ପହଞ୍ଚିଥିଲା ପୋଲିସ । କବାଟ ଖୋଲିବା ପରେ ପୋଲିସ୍ ମୃତ ଦେହ ଠାବ କରିଥିଲା ।
ପୋଲିସ୍ କହିଛି ଯେ, ଏହି ନାବାଳକ ଜଣଙ୍କ ତାର ୪୦ ବର୍ଷୀୟ ମା' ସାଧନା ଓ ୯ ବର୍ଷର ସାନ ଭଉଣୀ ସହ ଲକ୍ଷ୍ନୌର ପିଆଜି ଅଞ୍ଚଳରେ ଥିବା ଆଲଡିକୋ କଲୋନୀରେ ରୁହନ୍ତି। ବାପା ଜଣେ ସେନା କର୍ମଚାରୀ ଓ ସେ କୋଲକାତାରେ ପୋଷ୍ଟିଂ ପାଇଛନ୍ତି। ନାବାଳକ ଜଣଙ୍କ ମୋବାଇଲରେ ସବୁଦିନ ଭଳି ରବିବାର ସନ୍ଧ୍ୟାରେ ମଧ୍ୟ ଗେମ୍ ଖେଳିବା ଆରମ୍ଭ କରିଥିଲା। କିନ୍ତୁ ସବୁବେଳେ ସେ ଗେମ ଖେଳୁଥିବାରୁ ସେଦିନ ମା' ସାଧନା ତା'କୁ ଆକଟ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ ପାଟିତୁଣ୍ଡ ହୋଇଥିଲା।
ଏଥିରେ ରାଗି ଯାଇ ନାବାଳକ ଜଣଙ୍କ ତୁରନ୍ତ ଘରେ ଥିବା ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣିଥିଲେ। ଏହାପରେ ସେ ମା'ଙ୍କ ଉପରୁ ଗୁଳି ଚଳାଇ ଦେଇଥିଲା। ଗୁଳି ସିଧା ସାଧନାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୋଲିସ କହିଛି।












Click it and Unblock the Notifications