ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଘର ଭିତରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଭରତପୁର ଥାନା ଫୁଲେଶ୍ୱରୀ ବସ୍ତି ଅଞ୍ଚଳର ଘଟଣା ।
ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଘର ଭିତରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଭରତପୁର ଥାନା ଫୁଲେଶ୍ୱରୀ ବସ୍ତି ଅଞ୍ଚଳର ଘଟଣା ।

ଉଭୟ ମୃତକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିବା ସୂଚନା ମିଳିଛି । ଉଭୟ ପୂର୍ବରୁ ବିବାହିତ ହୋଇଥିବା ବେଳେ ପୁରୁଷ ଜଣଙ୍କ ନିଜ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବସ୍ତିରେ ରହୁଥିଲେ । ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ । ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି । ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।












Click it and Unblock the Notifications