ପ୍ରେମିକା ଘରେ ବାବା ବେଶରେ ପ୍ରେମିକ : ମା'ର ହାତ ଦେଖି କହିଲା 'ସେଠି ବାହାଘର କରନି'

ସାଧୁ ବେଶରେ ପ୍ରେମିକାକୁ ଦେଖିବାକୁ ଆସି ହଟହଟା ହେଲା ପ୍ରେମିକ । ଯାଜପୁର ରୋଡରେ ଧରାପଡିଲା ନକଲି ବାବା ।

ଯାଜପୁର : ପ୍ରେମିକାର ବାହାଘର ଅନ୍ୟଆଡେ ଲାଗିଥିଲା । ବାବା ବେଶରେ ପହଞ୍ଚିଲା ପ୍ରେମିକ । ପ୍ରେମିକା ମାର ହାତ ଦେଖି କହିଲା ଝିଅକୁ ସେଠି ବାହା କର ନାହିଁ । ହେଲେ ବାବାର ବୟସ ଓ ଦାଢି ଧରା ପକାଇ ଦେଲା । ଗାଁ ଟୋକା କୌତୁହଳରେ ଦାଢି ଟାଣିନେଲେ ଅସଲ ମୁଖା ସାମ୍ନାକୁ ଆସିଲା । ଏହା କାହାଣୀ ସିନେମାର ନୁହେଁ ବରଂ ସତରେ । ଯାଜପୁର ରୋଡ୍ ଫେରୋକ୍ରୋମ ଗେଟ୍ କଲୋନୀରେ ଘଟିଛି ଏଭଳି ଘଟଣା ।
ଗଣମାଧ୍ୟମର ରିପୋର୍ଟରୁ ପ୍ରକାଶ ଯେ, ଯୁକ୍ତ ଦୁଇ କଲେଜରେ ପଢୁଥିବା ଉକ୍ତ ବ୍ୟକ୍ତି ଛାତ୍ର ଜଣଙ୍କ ବାବା ବେଶରେ ପ୍ରେମିକାକୁ ଦେଖା କରିବାକୁ ଯାଜପୁର ରୋଡ ଆସିଥିଲେ । ତାଙ୍କ ହାବଭାବ ଦେଖି କିଛି ଲୋକ ସନ୍ଦେହ କରିଥିଲେ ।

ଯାଜପୁର ରୋଡ

ଅନୁଗୁଳର ବାବା ହିମାଳୟରୁ ଆସିଥିବା ସେ କହିଥିଲେ । ମୁଣିରେ ଅଧକିଲୋ ଚାଉଳ, ଆଉ ଦି ଚାରିଟା ପାଞ୍ଚ ଟଙ୍କିଆ କଏନ ପଡିଥିଲା । କେବଳ ସେତିକି ନୁହେଁ ମୁହଁରେ ଲମ୍ବା ଦାଢି । ଲୋକଙ୍କ ସନ୍ଦେହ ପିଲାଚୋର ଆଡକୁ ଯାଇଥିଲା । ଯୋଗୀ ବେଶ ଧରିଥିବା ଯୁବକର ବୟସ ଏହା ଧରା ପକାଇ ଦେଇଥିଲା । ଲୋକଙ୍କ ସନ୍ଦେହ ଘନିଭୂତ ହେବାରୁ ବାବାଙ୍କ ଦାଢି ଟାଣି ଦେଇଥିଲେ । ଫଳରେ ଏହା ଖସି ପଡିଥିଲା । ଚାହୁଁ ଚାହୁଁ ଲୋକଙ୍କ ଭିଡ଼ ଜମିଥିଲା । ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକ ଉକ୍ତ ଛାତ୍ରକୁ ପୁଲିସକୁ ଡାକିଥିଲେ । ପୁଲିସ ପଚରାଉଚରା ପରେ ଯୋଗୀ ବେଶର ଗହନ କଥା ପଦାକୁ ଆସିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+