Love & Suicide: ପ୍ରେମ ପ୍ରତାରଣା ମଝିରେ ବଳି ପଡ଼ିଲା ଜୀବନ; ପ୍ରେମ କରି ଫସିଗଲେ ସାମ୍ବାଦିକା ମଧୁମିତା
ବିଶ୍ୱାସ ହାରିଲା ସ୍ବାମୀ, ଜୀବନ ହାରିଲେ ସାମ୍ବାଦିକା । ପ୍ରେମ କରି ଫସିଲେ ସାମ୍ବାଦିକା । ହାରିଲେ ଜୀବନ । ପ୍ରେମ ଆଗରେ ଗଲା ଜୀବନ । ଭଲ ପାଇ ବାହା ହୋଇଥିଲେ ହେଲେ ସ୍ୱାମୀର ପ୍ରତାରଣାରେ ଗଲା ଜୀବନ । ଆତ୍ମହତ୍ୟା କଲେ ସାମ୍ବାଦିକା ମଧୁମିତା । ୫ ବର୍ଷର ପ୍ରେମ ହେଲା କାଳ।
ଗତକାଲି ସାମ୍ବାଦିକା ମଧୂମିତା ପରିଡାଙ୍କର ଜୀବନ ହାରିବା ଖବର ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଟ୍ରେନ ସାମ୍ନାକୁ ଡେଇଁ ସେ ଜୀବନ ହାରିଦେଇଛନ୍ତି । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଜାରି ରହିଥିଲା । ଆଜି ତାଙ୍କ ସ୍ୱାମୀଙ୍କୁ ପୋଲିସ ପଚରାପଚରି ପରେ ଗିରଫ କରିଛି ।
ମଧୂମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଆଜି ଗିରଫ କରିଛି । ଆତ୍ମହତ୍ୟା ପୂର୍ବରୁ ମଧୂମିତା ଏକ ଭିଡିଓ କରିଥିଲେ । ସେଥିରେ ନିଜେ ଯନ୍ତ୍ରଣା ପାଉଥିବା କଥାକୁ କହି ସେ ଭେଁ ଭେଁ ହୋଇ କାନ୍ଦିଛନ୍ତି । ଭିଡିଓରେ ସ୍ୱାମୀ ଧୋକା ଦେଉଥିବା କହୁଛନ୍ତି ସାମ୍ବାଦିକା ମଧୁମିତା । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ସ୍ୱାମୀଙ୍କ ଅନ୍ୟ ଝିଅ ସହିତ ସମ୍ପର୍କ ପାଇଁ ଚାଲିଗଲା ସାମ୍ବାଦିକା ମଧୁମିତାଙ୍କ ଜୀବନ....

ଆତ୍ମହତ୍ଯା ପୂର୍ବରୁ ସେ ନିଜ ମା' ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ସାମ୍ବାଦିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି ।












Click it and Unblock the Notifications