ଲକଡାଉନରେ ଚୋରା ମଦ ବେପାର: ଚଢାଉ ହେବାରୁ କହିଲେ, ପିଇବା ପାଇଁ ଷ୍ଟକ୍ ରଖୁଛୁ ବିୟର
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗାଁରେ ବେଧକ ଚାଲିଛି ଚୋରା ବିଦେଶୀ ମଦ ବିକ୍ରି । ଖବର ପାଇ ଚଢ଼ଉ କରିଥିଲା ଅବକାରୀ ବିଭାଗ ।
ଗଞ୍ଜାମ: ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗାଁରେ ବେଧକ ଚାଲିଛି ଚୋରା ବିଦେଶୀ ମଦ ବିକ୍ରି । ଖବର ପାଇ ଚଢ଼ଉ କରିଥିଲା ଅବକାରୀ ବିଭାଗ । ତେବେ ଚଢାଉ ବେଳେ ବିଭାଗୀୟ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ପଚାରିବାରୁ କହିଲେ, ପିଇବା ପାଇଁ ଷ୍ଟକ୍ ରଖୁଛୁ ବିୟର ପେଟି ।

ଉଲ୍ଲେଖଥାଉ କି, ଲକଡାଉନରେ ମଧ୍ୟ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଫଳରେ ରାଜ୍ୟର ଅନେକ ଜାଗାରେ ଚୋରା ମଦ କାରବାର ବଢିବାରେ ଲାଗିଛି ।
ସ୍ଥାନୀୟ ସାନକୁଶସ୍ଥଳୀ ଗାଁର ଜଣେ ବ୍ୟକ୍ତି ଘରେ ଚୋରା ବିଦେଶୀ ମଦ ରଖି ଅଧିକ ଦରରେ ବିକ୍ରି କରୁଥିବା ଖବର ମିଳିଥିଲା । ବ୍ରହ୍ମପୁର ଅବକାରୀ ଜିଲ୍ଲା ଷ୍ଟ୍ରାଇକିଂ ଫୋର୍ସ, ସଦର ରେଞ୍ଜ୍ ଅଧିକାରୀ ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କନିଷି ତହସିଲଦାର ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । କିନ୍ତୁ ସେଠାରୁ ମାତ୍ର ଦୁଇଟି ବିୟର୍ ବୋତଲ ମିଳିଥିଲା । ଅବକାରୀ ଅଧିକାରୀମାନେ ମଦ କେଉଁଠାରୁ ଆଣିଛ ବୋଲି ପଚାରିବାରେ ଆମେ ପିଇବା ପାଇଁ ଆଣିଛୁ କହି ଯୁକ୍ତିତର୍କ କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ଏପରିକି ତାଙ୍କ ପୁଅ ଅବକାରୀ ଟିମ୍ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ । ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।












Click it and Unblock the Notifications