ସମ୍ବଲପୁରରେ ଟ୍ରକ ଧକ୍କାରେ ଆଇନଜୀବୀଙ୍କ ମୃତ୍ୟୁ, ସର୍ଲା ଛକରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ଅଙ୍ଗୁର ବୋଝେଇ ଟ୍ରକ
ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଟ୍ରକ୍ ମାଡ଼ି ଯାଇଛି। ମୃତକ ହେଲେ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ।
ସମ୍ବଲପୁର: ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଟ୍ରକ୍ ମାଡ଼ି ଯାଇଛି। ମୃତକ ହେଲେ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାକାନି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଓକିଲ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଅଙ୍ଗୁର ବୋଝେଇ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ସ୍ଥାନୀୟ ଲୋକେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।












Click it and Unblock the Notifications