ଲଖିମପୁର ଖେରୀ: ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେଲା ହତ୍ୟା ଓ ଦୁଷ୍କର୍ମ
ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଭଉଣୀ ହତ୍ୟା-ଦୁଷ୍କର୍ମ ମାମଲର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଭଉଣୀ ହତ୍ୟା-ଦୁଷ୍କର୍ମ ମାମଲର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ସଞ୍ଜୀବ ସମନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି।

ସୂଚନା ଅନୁସାରେ, ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଏବଂ ଅନ୍ୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ସେମାନଙ୍କୁ ରାସ୍ତାରୁ କିଛି ଦୁର୍ବୃତ୍ତ ମୋଟରସାଇକଲେ ଆସି ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । 4 ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ।
Lakhimpur Kheri sisters' deaths: Post-mortem report confirms rape, strangulation
Read @ANI Story | https://t.co/hdIZP11alD
— ANI Digital (@ani_digital) September 15, 2022
#LakhimpurKheri pic.twitter.com/TUxSsHXS4J
ଏହି ଘଟଣାକୁ ନେଇ ୟୁପି ସରକାରଙ୍କୁ ବିରୋଧୀ ଘେରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଯୋଗୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, "ଲଖିମପୁର ଖେରୀ ଚାଷୀ ହତ୍ୟାକାଣ୍ଡ ପରେ ଦଳିତଙ୍କ ଜଘନ୍ୟ ହତ୍ୟା ହାଥରସ୍ ଘଟଣାର ପୁନରାବୃତ୍ତି ।''












Click it and Unblock the Notifications