ଲଖିମପୁର ଖେରି ମାମଲା: ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା
ଲକ୍ଷ୍ମୀପୁର ଖେରି ଠାରେ କୃଷକଙ୍କ ଉପରେ ଗାଡି ମଡାଇ ହତ୍ୟା କରିବା ଅଭିଯୋଗରେ ହତ୍ୟା ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିସ ମିଶ୍ରା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାମଲାରେ ହାଇକୋର୍ଟଙ୍କ ଜାମିନକୁ ପୂର୍ବ ସପ୍ତାହରେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ଠାରେ କୃଷକଙ୍କ ଉପରେ ଗାଡି ମଡାଇ ହତ୍ୟା କରିବା ଅଭିଯୋଗରେ ହତ୍ୟା ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିସ ମିଶ୍ରା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାମଲାରେ ହାଇକୋର୍ଟଙ୍କ ଜାମିନକୁ ପୂର୍ବ ସପ୍ତାହରେ ସୁପ୍ରିମ କୋର୍ଟ ଖାରାଜ କରିଥିଲେ । ଏହାସହ ଗୋଟିଏ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା (ଟେନି) ଙ୍କ ପୁଅ । ସେ ଆଜି ଆତ୍ମସମର୍ପଣ କରିବା ପରେ ତାଙ୍କୁ ପୁଣିଥରେ ଲକ୍ଷ୍ମୀପୁର ଖେରୀ ଜେଲକୁ ପଠାଇ ଦିଆଯାଇଛି । ସେ ଆଜି ଲଖିମପୁର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ପୋଲିସ ଆଶିଷ ମିଶ୍ରଙ୍କୁ ଜେଲ ପଠାଇ ଦେଇଛି । ତେବେ ସେ ଆତ୍ମସମର୍ପଣ କରିବା ପରେ ଆଇନଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ ଲଖିମପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଜୟ ମିଶ୍ରା । ତେବେ ଏହି ମାମଲାରେ ଗତ ବର୍ଷ ଅକ୍ଟୋବର ୨୧ରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା । ୧୧ ଘଣ୍ଟାର ଜେରା ପରେ ଆଶିଷଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।












Click it and Unblock the Notifications