ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି
ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି
ଭୁବନେଶ୍ୱର: ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି । ମନି ଲଣ୍ତରିଂ ମାମଲାରେ ପ୍ରମାଣ ପାଇବା ପରେ ଏବଂ ୯ ଦିନ ରିମାଣ୍ତ ପରେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ଇଡି । ଗିରଫ କରିବା ପରେ ଦ୍ୱିତୀୟ ଥର ପାଇଁ ରିମାଣ୍ତରେ ନେବାକୁ ରହିଛି ଯୋଜନା । ପୂର୍ବରୁ ଏହି ମାମଲାରେ ଇଡି ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କୁ ଗିରଫ କରିଥିଲା ।

ଏହା ପୂର୍ବରୁ ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନ ଏବଂ ଦ୍ୱିତୀୟ ଥର ୬ ଦିନିଆ ରିମାଣ୍ତରେ ନେଇ ଥିଲା ଇଡି । ଏହି ସମୟରେ ଉଭୟ ନାଗ ଦମ୍ପତ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଯାହା ପରେ ଅନେକ ଗୁମର ଖୋଲିବା ସହ ଇଡି ହାତରେ ଲାଗିଥିଲା ଅନେକ ତଥ୍ୟ । ସେହିପରି ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନିଆ ରିମାଣ୍ତରେ ନେବା ପାଇଁ ଇଡି କୋର୍ଟରେ ଆବେଦନ କରିଥିଲା । ହେଲେ ପ୍ରବର୍ତ୍ତନ ନିର୍ଦେଶାଳୟର ରିମାଣ୍ଡ ଆବେଦନ ଖାରଜ ହୋଇଯାଇଥିଲା । ପ୍ରବର୍ତ୍ତନ ନିର୍ଦେଶାଳୟର ୨ ଦିନିଆ ରିମାଣ୍ଡ ଆବେଦନ ଖାରଜ କରିଥିଲେ ଏଡିଜେ-୩ । ପ୍ରବର୍ତ୍ତନ ନିର୍ଦେଶାଳୟର ରିମାଣ୍ଡ ଆବେଦନ ଖାରଜ ହୋଇଯିବା ପରେ ଅର୍ଚ୍ଚନା ନାଗଙ୍କୁ ଜେଲ ପଠାଯାଇଥିଲା ।
ସୂଚନାଥାଉ ଯେ, ଅର୍ଚ୍ଚନା ନାଗଙ୍କ ସ୍ୱାମୀଙ୍କୁ ୯ ଦିନିଆ ରିମାଣ୍ତରେ ନେଇ ତାଙ୍କୁ ଜେରା କରାଯାଇଥିଲା । ଟଙ୍କା ହେରଫେର୍ ମାମଲାରେ ଜଗବନ୍ଧୁଙ୍କ ବିରୋଧରେ ଇଡି ହାତରେ ପ୍ରମାଣ ଲାଗିଛି । ଯାହା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ପରେ ଗିରଫ କରାଯାଇଛି ।












Click it and Unblock the Notifications