ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ଗିରଫ
ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗେଶ୍ୱର । ଏପରିକି ୫ଟି ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଇଡି ଅଧିକାରୀ ଜାଣିବାକୁ ପାଇଛନ୍ତି ।

ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଇଡି ଗତକାଲି (ଗୁରୁବାର) ଖଗେଶ୍ବରକୁ ଉଠାଇ ନେଇଥିଲା । କାଲିଠାରୁ ଖଗେଶ୍ବରକୁ ପଚରାଉଚରା କରିବା ପରେ ଇଡି ଆଜି ପୂର୍ବାହ୍ନରେ ଗିରଫ କରିଥିଲା । ଏହା ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଖଗେଶ୍ବରକୁ ଅଧିକ ପଚରାଉଚରା କରିବା ପାଇଁ ଇଡି କୋର୍ଟରେ ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।
ତେବେ ଖଗେଶ୍ୱର ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ ନେଣଦେଣ ବାବଦରେ ଗୋଟି ଗୋଟି କରି ତଦନ୍ତକାରୀ ଅଫିସରଙ୍କ ଆଗରେ କହିଛି । ଖଗେଶ୍ୱରର ମିଛସତ ଉତ୍ତର ଭିତରୁ ଇଡି ହାତରେ ଲାଗିଛି ୫ଟି ଆକାଉଣ୍ଟରେ ହୋଇଥିବା ୫୦ ଲକ୍ଷର ଟ୍ରାଞ୍ଜାକସନର ପ୍ରମାଣ । ଏହି ୫୦ ଲକ୍ଷ ଟଙ୍କା ବ୍ଲାକମେଲର ଅର୍ଚ୍ଚନା, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ଭିତରେ ବିଭିନ୍ନ ସମୟରେ ନେଣଦେଣ ହୋଇଛି । ଏପରିକି ପ୍ରତିଟି ଟ୍ରାଞ୍ଜାକସନ ଲକ୍ଷାଧିକ ଟଙ୍କାର ରହିଥିଲା ।












Click it and Unblock the Notifications