କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର, ସିବିଆଇ ତଦନ୍ତ ଡିମାଣ୍ତ କଲେ ଅର୍ଚ୍ଚନା ନାଗ

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର, ସିବିଆଇ ତଦନ୍ତ ଡିମାଣ୍ତ କଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: 'ମୋତେ ତ କଥା କହିବା ପାଇଁ ଦିଆଯାଉ ନାହିଁ । ତଦନ୍ତ ହେଲେ ତ ସତ ବାହାରିବ । ମୋ ପରିବାରକୁ ନଜର ବନ୍ଦୀ କରାଯାଇଥିଲା । ଅକ୍ଷୟ ପରିଜାଙ୍କଠୁ କିଛି ନେଇ ନାହିଁ । କୋର୍ଟରେ ହାଜର ହୋଇ ବାହାରିବା ପରେ ଅର୍ଚ୍ଚନାଙ୍କ ମନ୍ତବ୍ୟ । ତଦନ୍ତ ହେଲେ ତ ସତ ବାହାରିବ: ଅର୍ଚ୍ଚନା ନାଗ' । ଆଜି କୋର୍ଟରୁ ବାହାରିବା ପରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଯାହାକୁ ନେଇ ଏବେ ପୁଣି ନୂଆ ମୋଡ ନେଉଛି ଲେଡି ବ୍ଲାକମେଲରଙ୍କ କେଶ୍ ।

archana nag

ଆଜି କଡା ସୁରକ୍ଷା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଝାରପଡା ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଅର୍ଚ୍ଚନା ହାଜର ହେବା ସମୟରେ ଇଡି ତାଙ୍କୁ ପୁଣି ଥରେ ରିମାଣ୍ତରେ ନେବା ପାଇଁ ଆବେଦନ କରିଥିଲା । କୋର୍ଟରୁ ଫେରିବା ସମୟରେ ଗଣମାଧ୍ୟମ ଉପରେ ବର୍ଷିବା ସହ ଅନେକ କଥା କହିଥିଲେ ଅର୍ଚ୍ଚନା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଥାଉ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଅନେକ ବଡ ବଡ଼ିଆଙ୍କୁ ଇଡି ପକ୍ଷରୁ ଜେରା କରାଯାଇ ସାରିଛି । ଖୁବ ଶିଘ୍ର ଅର୍ଚ୍ଚନାଙ୍କୁ ପୁଣି ଥରେ ଜେରା କରିପାରେ ଇଡି । ଏହା ସହ ତାଙ୍କ ଆୟର ଉତ୍ସ କ'ଣ । କେଉଁ ଲୋକ ମାନଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଏବଂ ସେ କିଭଳି କୋଟି ପତି ସାଜିଥିଲେ ସେ ନେଇ ଖୋଳତାଡ କରିବ ଇଡି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଇଡି ଜେରା କରି ସାରିଛି । ଆଗାମୀ ଦିନରେ ଆହୁରୀ ୬ ଜଣଙ୍କୁ ଜେରା କରିବ ଇଡି । ଏହାରି ମଧ୍ୟରେ ଏହି ଘଟଣାର କିଛି ତଥ୍ୟ କମିଶନରେଟ୍ ପୋଲିସ ଇଡିକୁ ଦେଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+