For Quick Alerts
Turn On Notification  
For Daily Alerts
Oneindia App Download

କେଉଁଠି ଥିଲା ଅର୍ଚ୍ଚନାଙ୍କ 'ଏଣ୍ତେଭର କାର୍', ପାର୍କିଂରେ ଗାଡ଼ି ରଖିଥିବା ବ୍ୟକ୍ତି ଜଣକ କିଏ ?

କେଉଁଠି ଥିଲା ଅର୍ଚ୍ଚନାଙ୍କ 'ଏଣ୍ତେଭର କାର୍', ପାର୍କିଂରେ ରଖିଥିବା ବ୍ୟକ୍ତି ଜଣକ କିଏ ?

|

ଭୁବନେଶ୍ୱର: ଭୁବନେଶ୍ୱର ଇଡି ଅଫିସ ପରିସରରେ ଅର୍ଚ୍ଚନା ନାଗଙ୍କ 'ଏଣ୍ତେଭର କାର୍' । ଗାଡ଼ି ଭିତରୁ ମିଳିଲା ଅର୍ଚ୍ଚନାଙ୍କ କାର୍ ନମ୍ବର ପ୍ଲେଟ୍ । ରାଜଧାନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ 'ଏଣ୍ତେଭର' ଜବତ କରିଥିଲା ଇଡି । ଜବତ ସମୟରେ ଗାଡ଼ିର ନଥିଲା ନମ୍ଭର ପ୍ଲେଟ୍ ନଥିବା ନେଇ ସୂଚନା ରହିଛି ।

Archana Naga.Endeavour Car

ସୂଚନା ଅନୁସାରେ, ଶୁକ୍ରବାର ଦିନ ରାତିରେ ଜଣେ ଅଜଣା ବ୍ୟକ୍ତି କାରଟିକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପାର୍କିଂ ଏରିଆରେ ରଖି ଚାଲି ଯାଇଥିଲେ । ୨୪ ଘଣ୍ଟା ବିତିଯାଇଥିଲେ ବି ଏହି ବିନା ନମ୍ବର ପ୍ଲେଟ୍ ଥିବା ଗାଡି଼କୁ କେହି ନେବା ପାଇଁ ଆସି ନଥିଲେ । ଫଳରେ ଏହା ଚୋରା ଗାଡ଼ି ବୋଲି ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ପରବର୍ତ୍ତି ସମୟରେ ପୋଲିସ ଯାଞ୍ଚ କରିବା ପରେ ଏହା ଅର୍ଚ୍ଚନାଙ୍କ ଗାଡ଼ି ବୋଲି ସ୍ପଷ୍ଟ ହୋଇଥିଲା । ଚେଚିସ୍ ଓ ଇଞ୍ଜିନ୍ ନମ୍ବରରୁ ଏହା ଅର୍ଚ୍ଚନାଙ୍କ ଗାଡି ବୋଲି ଜଣାପଡିଥିବା ନେଇ ଇଡି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଇଡି ଅଧିକାରୀ ଶୋ'ରୁମ୍ ଟେକ୍ନିସିଆନଙ୍କ ସହୟତାରେ କାରର୍ ଲକ୍ ଖୋଲି ଗାଡ଼ିକୁ ନୂଆପଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟକୁ ନେଇଥିଲେ ।

ତେବେ ଅର୍ଚ୍ଚନାଙ୍କ କାର୍ ମିଳିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଗାଡି଼ ଏତେ ଦିନ ପର୍ଯ୍ୟନ୍ତ କେଉଁଠି ଥିଲା ? ଗାଡ଼ିଟିକୁ କିଏ ଲୁଚାଇ ରଖିଥିଲା ? ଗାଡ଼ିକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପାର୍କିଂରେ ରଖିଥିବା ବ୍ୟକ୍ତି ଜଣକ କିଏ ? ସେପଟେ କାର୍ ଜବତ ହେଲା ପରେ ଛାନବିନ୍ ଆରମ୍ଭ କରିଛି ଇଡି । ଗାଡ଼ି ଜବତ ହୋଇଥିବା ଅଞ୍ଚଳର ଗତ ଏକମାସର ସିସିଟିଭ୍ ଫୁଟେଜ ଯାଞ୍ଚ କରୁଛି ଇଡି ।

ସୂଚନା ଅନୁସାରେ, ୨୦୨୦ରେ ଅର୍ଚ୍ଚନା ନଗଦ ୩୩ ଲକ୍ଷ ଟଙ୍କା କ୍ୟାସ ଦେଇ ଏହି ଇଣ୍ତେଭର୍ କାରଟିକୁ କିଣିଥିବା ନେଇ ଇଡିରେ ହାଜର ହୋଇ ଶୋ'ରୁମ୍ ମାଲିକଙ୍କ ପୁଅ ଏହି ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lady Blackmailer Archana Nag Case: ED Seized Archana Naga's 'Endeavour Car'
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X