Get Updates
Get notified of breaking news, exclusive insights, and must-see stories!

ଅକ୍ଷୟଙ୍କୁ ୩ କୋଟି ମାଗିଥିଲେ ଅର୍ଚ୍ଚନା, ସାମ୍ନାକୁ ଆସିଲା FIR କପି

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ ଥାନାରେ ଦେଇଥିବା FIR କପି ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅକ୍ଷୟ ଉଲ୍ଲେଖ କରିଛନ୍ତି ଯେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରି ତିନି କୋଟି ଆଦାୟ କରିବା ପାଇଁ ଷଡଯନ୍ତ୍ର କରିଥିଲେ ।

Bhubaneswar Lady Blackmailer: ଖୋଲୁଛି ମାୟାବୀନ ଅର୍ଚ୍ଚନା ନାଗ ଫାସର ଗୁମର । ଧିରେ ଧିରେ ସାମ୍ନାକୁ ଆସୁଛି ସେକ୍ସ ସିଣ୍ଡିକେଟର କାହାଣୀ । ଭୁବନେଶ୍ୱର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା। ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ୍‌ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ।

Lady Blackmailer Archana Nag

ତେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ ଥାନାରେ ଦେଇଥିବା FIR କପି ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅକ୍ଷୟ ଉଲ୍ଲେଖ କରିଛନ୍ତି ଯେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରି ତିନି କୋଟି ଆଦାୟ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ ।

ତେବେ ଅକ୍ଷୟଙ୍କୁ ସେ ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି ।

ତେବେ ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୋଲିସ ଯାଇ ମୋବାଇଲ, ଟାବ୍‌ଲେଟ, ଲାପଟପ, ପେନ୍‌ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି । ଏହାକୁ ଯାଞ୍ଚ କରାଯାଉଛି । ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି । ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ । ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି । ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି । ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି । ତାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+