ବନ୍ଧା ହେଲା ଲେଡି ବ୍ଲାକମେଲର୍: ନେତା ଓ ପ୍ରଯୋଜକଙ୍କୁ କରୁଥିଲା ବ୍ଲାକମେଲ୍
ବନ୍ଧା ହେଲା ଲେଡି ବ୍ଲାକମେଲର୍ । ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଆସିଥିଲା ଅଭିଯୋଗ ।
ଭୁବନେଶ୍ୱର: ବନ୍ଧା ହେଲା ଲେଡି ବ୍ଲାକମେଲର୍ । ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଆସିଥିଲା ଅଭିଯୋଗ । ମୋଟା ଅଙ୍କର ଟଙ୍କା ନେଇଥିଲେ ଅର୍ଚ୍ଚନା ନାଗ । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଛି ।

ଫେସବୁକରେ ପ୍ରଥମେ ବନ୍ଧୁତା, ପରେ ବନ୍ଧୁତା ବଢାଇ ପ୍ରେମାଳାପ କରୁଥିଲେ । ଏହାପରେ ଘରକୁ ନିମନ୍ତ୍ରଣ କରି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସମ୍ପୃକ୍ତ ଯୁବତୀ ଉତ୍ତୋଳନ କରୁଥିଲେ । ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ସୁନ୍ଦରୀ ଯୁବତୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ତାଙ୍କ ଠାରୁ ୨ଟି ପେନ୍ଡ୍ରାଇଭ୍ ଓ ୨ଟି ମୋବାଇଲ୍ ଜବତ ହୋଇଥିବା ଜଣାପଡ଼ିଛି ।
ସୂଚନାଥାଉ କି, କିଛି ଦିନ ପୂର୍ବେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକ୍ମେଲ କରୁଥିବା ଅଭିଯୋଗ ଆଣିଥିଲେ। ପୂର୍ବରୁ କିଛି ନେତା ଓ ପ୍ରଯୋଜକଙ୍କୁ ମହିଳା ଜଣକ ବ୍ଲାକ୍ମେଲ କରୁଥିବା ଅଭିଯୋଗ ହୋଇଥିଲା। ତେବେ ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications