କୋର୍ଟରେ ହାଜର ହେଲେ ନାଗ ଦମ୍ପତି, ପୁଣି ରିମାଣ୍ଡ ଆବେଦନ କରିପାରେ ED
ଭୁବନେଶ୍ୱର କୋର୍ଟରେ ହାଜର ହେଲେ ନାଗ ଦମ୍ପତି । ଭୁବନେଶ୍ୱର କୋର୍ଟରେ ନିଜେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ହାଜର ହୋଇଛନ୍ତି ।
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟରେ ହାଜର ହେଲେ ନାଗ ଦମ୍ପତି । ଭୁବନେଶ୍ୱର କୋର୍ଟରେ ନିଜେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ହାଜର ହୋଇଛନ୍ତି ।

ତେବେ କଡ଼ା ସୁରକ୍ଷାରେ ଅର୍ଚ୍ଚନାଙ୍କୁ କୋର୍ଟ ନିଆଯାଇଛି । କୋର୍ଟ ହାଜର ପରେ ପୁଣି ରିମାଣ୍ଡ ଆବେଦନ କରିପାରେ ଇଡ଼ି । ପୂର୍ବରୁ ଇଡି଼ର ୭ ଦିନିଆ ରିମାଣ୍ଡ ଶେଷ ହୋଇଥିବାରୁ ନାଗ ଦମ୍ପତିଙ୍କୁ କୋର୍ଟରେ ହାଜର କରିଛି ଇଡି଼ ।
ସେପଟେ ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ଗିରଫଦାରୀ ଆଶଙ୍କା କରି ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଗବନ୍ଧୁ ଚାନ୍ଦ । ପୂର୍ବରୁ ଏହି କେସରେ ଜିଲ୍ଲା ଦୌରାଜଜ୍ ଜଗବନ୍ଧୁଙ୍କ ଜାମିନ ଖାରଜ କରିଥିଲେ । ଉଭୟ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ଇଡି ।
ଲେଡି ବ୍ଲାକମେଲର ଅର୍ଚ୍ଚନା ପୂର୍ବରୁ କୋର୍ଟରେ ହାଜର ବେଳେ ଅନେକ ବୟାନ ରଖିଥିଲେ ଗଣମାଧ୍ୟମ ସାମ୍ନାରେ। ଇଡିକୁ ତଦନ୍ତରେ ସାହାଯ୍ୟ କରିବାକୁ କହିଥିଲେ ଅର୍ଚ୍ଚନା। ହେଲେ ଖବରରୁ ଯାହା ଜଣାପଡିଛି ଅର୍ଚ୍ଚନା ଇଡିକୁ ତଦନ୍ତ ପାଇଁ ସଠିକ ଭାବେ ସହାୟତା କରିନାହାନ୍ତି ଯାହା ଦ୍ୱାରା ଇଡି ଅର୍ଚ୍ଚନା ନାଗଙ୍କୁ ଆଉ ଥରେ ରିମାଣ୍ଡରେ ନେଇପାରେ ବୋଲି ଅନୁମାନ କରାଯାଉଛି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications