ଥଣ୍ଡା ପାନୀୟରେ ନିଶା ଦେଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ
ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲ୍ କରି ୨ ଲକ୍ଷ ନେଇସାରିଲାଣି ଅଭିଯୁକ୍ତ ।
ଭୁବନେଶ୍ୱର: ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲ୍ କରି ୨ ଲକ୍ଷ ନେଇସାରିଲାଣି ଅଭିଯୁକ୍ତ ।
ଖଣ୍ଡିଗିରି ଥାନା ଅଞ୍ଚଳରେ ରହୁଥିବା ଛତିଶଗଡର ଏହି ଯୁବତୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି । ସଂପୃକ୍ତ ଯୁବତୀ ଏ ନେଇ ଛତିଶଗଡ ରାୟପୁର ଜିଲ୍ଲା କବିର ନଗର ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଜିରୋ ଏଫଆଇଆରରେ ମାମଲା ରୁଜୁ କରି ରାୟପୁର ଡିଆଇଜି କମିଶନରେଟ ପୋଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ରାୟପୁର କବିର ନଗରର ୨୪ ବର୍ଷୀୟ ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଜାଗମରାରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ ଆରମ୍ଭ କରିଥିଲେ । ପୂର୍ବରୁ ସେଠାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଉମେଶ ସୁଧାକରଙ୍କ ସହିତ ଯୁବତୀଙ୍କର ପରିଚୟ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଉମେଶ ଯୁବତୀଙ୍କୁ ଜାଗମରାଠାରେ ଥିବା ହୋଟେଲକୁ ଡକାଇଥିଲା । ମହିଳା ଜଣକ ହୋଟେଲରେ ପହଞ୍ଚିବା ପରେ ଉମେଶ ତାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲା । ମହିଳା ଜଣକ ଚେତା ହରାଇବା ପରେ ଉମେଶ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲା ।
ସେପ୍ଟେମ୍ବର ୧୬ରୁ ୧୮ ତାରିଖ ଯାଏଁ ୩ ଦିନ ଧରି ସଂପୃକ୍ତ ଯୁବକ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପଇସା ନ ଦେଲେ ସେ ବ୍ଲାକମେଲ କରିବାକୁ ଧମକ ଦେଇଥିଲା । ପରେ ସେ ୨ ଲକ୍ଷ ଟଙ୍କା ନେଇଥିଲେ । ୨ ଲକ୍ଷ ଟଙ୍କା ନେବା ପରେ ବି ନିର୍ଯାତନା ଥମି ନଥିଲା । ଶେଷରେ ଛତିଶଗଡ ଯାଇ ସେ ଥାନାରେ ଅଭିଯୋଗ କରିଛନ୍ତି ।












Click it and Unblock the Notifications