For Quick Alerts
Turn On Notification  
For Daily Alerts
Oneindia App Download

ରାୟପୁରରୁ ଭାଇଜାକ୍ ଭାୟା କୋରାପୁଟ: ଜାଣନ୍ତୁ, କାହିଁକି ଓ କାହା ପାଖକୁ ଯାଉଥିଲା 7 କୋଟିରୁ ଅଧିକ ନକଲି ନୋଟ୍

କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍ । 7 କୋଟି 90 ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ ।

|

କୋରାପୁଟ: କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍ । 7 କୋଟି 90 ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ । ପଟାଙ୍ଗି ପୋଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ପୁଲିସ ଜବତ କରିଛି । ଛତିଶଗଡ ଯାଉଥିଲା ଏହି ଜାଲ୍ ନୋଟ୍ । ଏକ ଫୋର୍ଡ ଫିଗୋ ଗାଡି ମଧ୍ୟରୁ 4ଟି ଟ୍ରଲି ବ୍ୟାଗରୁ ଏହି ଜାଲ୍ ନୋଟ୍ ଜବତ କରାଯାଇଥିଲା ।

note

ରାୟପୁର ଠାରେ କଲର ପ୍ରିଣ୍ଟିଂ କରାଯାଇ ଏହାକୁ ଭାଇଜାକ୍ ନେଉଥିଲେ । ସେଠାରେ ଏହାକୁ ଡେଲିଭରି ଦିଆଯାଇଥାନ୍ତା । 1580 ଟି ବଣ୍ଡଲ ଏଥିରେ ରହିଥିଲା । ଏଥିସହିତ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପୁଲିସ କହିଛି । ସେହିପରି ଭାଇଜାକରେ ଡେଲିଭରି ପରେ ଏହାକୁ ଅନ୍ୟ ଜଣଙ୍କୁ ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ ଜଣେ ମାଷ୍ଟରମାଇଣ୍ଡ ରହିଥିଲା । ଯିଏ ପେଶାରେ ଜଣେ ଇଞ୍ଜିନିୟର ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ପ୍ରିଣ୍ଟିଂ ମେସିନ୍ ଏଜାବତ୍ ଜବତ କରି ନାହିଁ ।

ତେବେ ଜାଲ୍ ନୋଟର ରାକେଟ ଯେ ଓଡ଼ିଶା ମଧ୍ୟରେ ଚାଲିଛି ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେହିପରି ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଯେଉଁଠି ଜାଲ୍ ନୋଟ୍ ଛପା ଯାଉଛି ଏବଂ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । କୋରାପୁଟ ପୁଲିସ ଏଦିଗରେ ତଦନ୍ତ ଆରମ୍ଭ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Koraput police have seized counterfeit notes worth Rs 7.90 crore
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X