ପୁଣି ମାଞ୍ଜା ସୂତା ଲାଗି କଟିଲା ୩ ଯୁବକଙ୍କ ବେକ
ଗୁଡି ମାଞ୍ଜା ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମାଞ୍ଜା ସୁତା ।
ଭୁବନେଶ୍ୱର: ଗୁଡି ମାଞ୍ଜା ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମାଞ୍ଜା ସୁତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୁତା। ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ମେଡିସିନ ଷ୍ଟୋରକୁ ନେଇ ଚିକିତ୍ସା କରିଥିଲେ ।

ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ସମୟରେ ଡୁମୁଡୁମା ପାଲା ମଣ୍ଡପରେ ଘଟିଯାଇଛି ଏକ ଅଘଟଣ । ମାଞ୍ଜା ସୂତା ଲାଗି ୩ଜଣ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ହାତ ଓ ବେକ କଟିଥିବା ବେଳେ ଅନ୍ୟଜଣଙ୍କର ବେକରେ ଆଘାତ ଲାଗିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଗୁଡିର ପ୍ଲାଷ୍ଟିକ ମାଞ୍ଜା ସୂତା ଲୋକଙ୍କ ବେକରେ ଲାଗିଯାଇଥିଲା । ଯାହାଫଳରେ ଏପରି ଅଘଟଣ ଘଟିଯାଇଛି ।
ତେବେ ବାରମ୍ବାର ତାଗିଦ ପରେ ବି ବଜାରରେ ଏପରି ମାଞ୍ଜା ସୂତା ବିକ୍ରି କରାଯାଉଛି । ଏପରି କି କିଛି ଦିନ ତଳେ କଟକରେ ମାଞ୍ଜା ସୂତା ଲାଗି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାପରେ କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ୍ ମାଞ୍ଜା ସୂତା ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠନ ନେଇଥିଲା । କିନ୍ତୁ ପୂର୍ବ ଘଟଣାର କିଛି ଅନ୍ତରାଳେ ପୁଣି ଏକ ଘଟଣା ଘଟିଯାଇଛି ।












Click it and Unblock the Notifications