ଆର୍ୟନଙ୍କ ଜେଲକୁ ଚାରି ହଜାର ପାଞ୍ଚ ଶହ ଟଙ୍କା ପଠାଇଲେ ଶାହରୁଖଙ୍କ ପରିବାର
ନୂଆଦିଲ୍ଲ: ବେଲ ରିଜେକ୍ଟ ହେବା ପରେ ଜେଲରେ ଦିନ କାଟୁଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ଡ୍ର। ଡ୍ରଗ୍ସ ମାମଲାରେ ଫସିବା ସହ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି କିଂଗ ଖାନଙ୍କ ପୁଅ । ପ୍ରଥମେ ତାଙ୍କୁ କ୍ୱାରେଣ୍ଟାଇନ୍ ବ୍ୟାରେକରେ ରଖାଯାଇଥିଲା ବେଳେ ଏବେ ସାଧାରଣ ବ୍ୟାରେକକୁ ପଠାଇଦିଆଯାଇଛି । ଏଥିସହିତ ତାଙ୍କୁ କଏଦୀ ନଂ ମଧ୍ୟ ଦିଆଯାଇଛି । ତାଙ୍କ କଏଦୀ ନଂ ରହିଛି ୯୫୬ ।

ସେହିପରି କ୍ରୁଜ୍ ସିପ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅକ୍ଟୋବର ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଗତ ଅକ୍ଟୋବର ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଶୁଣାଣି ସମୟରେ ତାଙ୍କ ଓକିଲ ଜାମିନ ପାଇଁ ଗୁହାରୀ କରିଥିଲେ ।
ଏଥିସହିତ ଜେଲ୍ କ୍ୟାଣ୍ଟିନରୁ ଖାଦ୍ୟ ଖାଇବା ଲାଗି ତାଙ୍କୁ ପରିବାର ପକ୍ଷରୁ ୪୫୦୦ ଟଙ୍କା ମନି ଅର୍ଡର ଦିଆଯାଇଛି । ଜେଲର ନିୟମ ଅନୁସାରେ ଜଣେ କଏଦୀଙ୍କୁ ଗୋଟିଏ ମାସରେ କେବଳ ୪୫୦୦ ମନି ଅର୍ଡର ପାଇଁ ଅନୁମତି ରହିଥିବା ଯୋଗୁ ଏତିକି ପରିମାଣର ହିଁ ଟଙ୍କା ପରିବାର ପକ୍ଷରୁ ପଠା ଯାଇଛି।












Click it and Unblock the Notifications