ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ସଂଗ୍ରହ କଲା ପୋଲିସ
ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ସଂଗ୍ରହ କଲା ପୋଲିସ
ଭୁବନେଶ୍ୱର: ଅର୍ଚ୍ଚନା ଡାଏରୀର ହାତଲେଖା ସହ ମେଳ କରିବାକୁ ସାମ୍ପଲ ସଂଗ୍ରହ । ସଂଗୃହୀତ ସାମ୍ପଲଗୁଡିକୁ ହ୍ୟାଣ୍ତ ରାଇଟିଂ ବ୍ୟୁରୋକୁ ପଠାଯିବ । ପୂର୍ବରୁ ଅର୍ଚ୍ଚନାଙ୍କ ଦସ୍ତଖତ ପାଇବା ପାଇଁ ଖଣ୍ତଗିରି ଥାନା ପୋଲିସ କୋର୍ଟରେ ଆବେଦନ କରିଥିଲେ ଯାହା ପରେ କୋର୍ଟ ପକ୍ଷରୁ ଅନୁମତି ପାଇବା ପରେ ଆଜି ହସ୍ତାକ୍ଷର ସଂଗ୍ରହ କରାଯାଇଛି । ଆଶା କରାଯାଉଛି ଯେ ଏହା ତଦନ୍ତରେ ସହାୟକ ହେବ ।

ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା ସହର ପ୍ରମାଣ ପାଇବା ପାଇଁ ଆଜି ଝାରପଡା ଜେଲରୁ କମିସନରେଟ ପୋଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ତେବେ ଆଶା କରାଯାଉଛି ଖୁବ ଶୀଘ୍ର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍ ହେବ । ସେପଟେ ଇଡି ମଧ୍ୟ ପୋଲିସ ଜବତ କରିଥିବା ଡାଏରୀକୁ ସ୍କାନ କରି ପ୍ରମାଣ ଭାବେ ନେଇଛି । ତେବେ ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ତାଙ୍କ ହାତ ଲେଖା ନା ଆଉ କାହାର ହାତ ଲେଖା ତାହା ଜାଣିବା ପାଇଁ ପୋଲିସ ଆଜି ଅର୍ଚ୍ଚନାଙ୍କର ସିଗ୍ନେଚର ସଂଗ୍ରହ କରିଛି ।












Click it and Unblock the Notifications