ପ୍ରେମର ଭୟଙ୍କର ରୂପ: ପ୍ରେମିକ ସହ କଲା ଏପରି କାମ,୨୪ ବର୍ଷ ବୟସରେ ମିଳିଲା ଫାସି ଦଣ୍ତ
Crime News: ସ୍ନେହ ଓ ସଂଯୋଗକୁ ପ୍ରେମ କୁହାଯାଏ । ସେହିପରି ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ ଭାବେ ବିବେଚନା କରାଯାଏ । ହେଲେ ଆଜିର ମର୍ଡନ୍ ଏବଂ ସୋସିଆଲ ମିଡିଆ ଯୁଗରେ ବଦଳିଯାଇଛି ପ୍ରେମର ଭାଷ । ସେତେ ଯେମିତି କଠୋର ଏବଂ ସ୍ୱାର୍ଥପର ହୋଇ ପଡିଛି ଆଜିର ଯୁବପିଢୀ ।
ଉଭୟଙ୍କ ମଧ୍ୟରେ ଏକ ସୁନ୍ଦର ଭାବନା ସହ ଆରମ୍ଭ ହୁଏ ପ୍ରେମ । ହେଲେ କିଛି ଦିନ ପରେ ଅନ୍ୟତ୍ର ବିବାହ ଘର ଠିକ୍ ହେବାରୁ ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା ପ୍ରେମିକା । ହେଲେ ମୃତ ଯୁବକ ଜଣକ ଅର୍ଥାତ୍ ପ୍ରେମିକ ଏତେ ସହଜରେ ସମ୍ପର୍କ ଭାଙ୍ଗିବା ପାଇଁ ହୋଇ ନଥିଲା ରାଜି । ଯାହା ପରେ ପ୍ରେମିକା ସାଜିଥିଲା ସୈଇତାନ ।

ଅଭିଯୋଗ ଅନୁସାରେ, ପ୍ରେମିକା ଗ୍ରୀଷ୍ମା ବିଷ ଦେଇ ସୋରେନ୍ ରାଜଙ୍କୁ ହତ୍ୟା କରିଛି । ୧୪ ଅକ୍ଟୋବର ୨୦୨୨ ରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ତ । ଆୟୁର୍ବେଦ ଟିନିକଟରେ ଏକ ପ୍ରକାରର ପ୍ରାଣଘାତକ କୀଟନାଶକ ପାରାକ୍ୱେଟ୍ ମିଶାଇ ଯୁବତୀ ଜଣଙ୍କ ନିଜ ପ୍ରେମିକର ହତ୍ୟା କରିଥିଲେ ।
ପ୍ରେମିକା ଘରୁ ଯିବାର ୧୧ ଦିନ ପରେ ପ୍ରମିକର ହୋଇଥିଲା ମୃତ୍ୟୁ । ଏଥିରେ ତାଙ୍କ ଦାଦାଙ୍କର ମଧ୍ୟ ହାତ ଥିବା ନେଇ କୁହାଯାଉଛି । ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ତିରୁବନନ୍ତପୁରମ୍ କୋର୍ଟ ଫାଶୀ ଦଣ୍ତରେ ଦଣ୍ତିତ କରିଛନ୍ତି । ତେବେ ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ହେବ । ଅଭିଯୁକ୍ତ ବିରୋଧରେ ଲାଗିଥିଲା ଧାରା ୨୬୪, ୩୨୮, ୩୦୨, ୨୦୧ । କେରଳରେ ପ୍ରେମିକକୁ ହତ୍ୟା ମାମଲାରେ ପ୍ରେମିକାକୁ ଶେଷରେ ଫାଶୀ ଦିଆଯିବ ।












Click it and Unblock the Notifications