ଡାକ୍ତର ଶୁଭଶ୍ରୀ କରଙ୍କ ବୟଫ୍ରେଣ୍ଡଙ୍କୁ ଖୋଜିବ ସ୍ୱତନ୍ତ୍ର ପୋଲିସ ଟିମ୍‌

ଡାକ୍ତରା ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ଖୋଲୁଛି ରହସ୍ୟ । ଆଜି ଡାକ୍ତରାଣୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

କେନ୍ଦୁଝର: ଡାକ୍ତରା ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ଖୋଲୁଛି ରହସ୍ୟ । ଆଜି ଡାକ୍ତରାଣୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ ତାଙ୍କ ଦେହରେ ବିଷକ୍ରିୟା କେମିତି ହେଲା ? ସେ ନିଜେ ବିଷ ପିଇଛନ୍ତି ନା ଆଉ କି ଷଡଯନ୍ତ୍ର ହୋଇଛି ? ଏ ନେଇ ତନାଘନା ଆରମ୍ଭ କରିଛି ପୋଲିସ ।

Keonjhar Lady Doctor Death

ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି ଡାକ୍ତର ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝୀଙ୍କ ଖବର । ଗତ ଡିସେମ୍ବର ୨୦ରେ ଡାକ୍ତରାଣୀ ତାଙ୍କ ବୟଫ୍ରେଣ୍ଡ ନାଁରେ ଏତଲା ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଖାଇ ଦିବ୍ୟରଞ୍ଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ।

ସେପଟେ ବର୍ତ୍ତମାନ ଫେରାର ଅଛନ୍ତି ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝି । କେଉଁଠି ଅଛନ୍ତି ଦିବ୍ୟରଞ୍ଜନ ? ଶୁଭଶ୍ରୀଙ୍କ ମୃତ୍ୟୁ ଖବର ପରେ ସେ ଆତ୍ମଗୋପନ କରିଛନ୍ତି କାହିଁକି ? ତେବେ ନିଖୋଜ ବୟଫ୍ରେଣ୍ଡଙ୍କୁ ଖୋଜିବାକୁ ଅଣ୍ଟା ଭିଡିଛି ପୋଲିସ୍‌। ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଦିବ୍ୟରଞ୍ଜନ କେଉଁଝର ଜିଲ୍ଲା ରୁଗୁଡି ଅଞ୍ଚଳରେ ଥିବା ଏକ ମାଇନିଂ କମ୍ପାନୀରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ଏକ ସାଙ୍ଗ ବାହାଘରରେ ଯୋଗ ଦେବାକୁ କହି କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ । କେବଳ ସେତିକି ନୁହେଁ, ସେ ଚାକିରିରୁ ମଧ୍ୟ ଇସ୍ତଫା ଦେଇଥିଲେ । ତାପରେ ତାଙ୍କ ଫୋନ ବନ୍ଦ ଆସିଥିଲେ ଓ ତାଙ୍କ ପତ୍ତା ମିଳି ନଥିଲା ।

ସେପଟେ ଖବର ଅନୁଯାୟୀ, ଉକ୍ତ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ । ତେଣୁ ଶୁଭଶ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଓ ଦିବ୍ୟରଞ୍ଜନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହେବା ଛିଡ଼ା କରିଛି ଅନେକ ପ୍ରଶ୍ନ ।

ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରେ ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+