ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ
Kendrapada News: ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେବ ଉଦ୍ଧାର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ । ମୃତକ ହେଲେ ମା, ବାପା ଏବଂ ପୁଅ । ଶ୍ରୀଦାମ ମଣ୍ତଳଙ୍କ ମୃତ୍ୟୁ ଦେହ ଘର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଘର ଭିତରୁ ମା'ଜୟନ୍ତୀ ମଣ୍ତଳ ଏବଂ ପୁଅ ପରିକ୍ଷିତ ମଣ୍ତଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତଙ୍କ ମୃତ ଦେବ ଉଦ୍ଧର କରିଛି ପୋଲିସ ।

ତେବେ କେଉଁ ପରିସ୍ଥିତିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସମସ୍ତେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଆଜି ସକାଳେ ଶ୍ରୀଦାସ ମଣ୍ତଳଙ୍କ ଝୁଲନ୍ତା ମୃତ ଦେବ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।












Click it and Unblock the Notifications