For Quick Alerts
Turn On Notification  
For Daily Alerts
Oneindia App Download

ରାସ୍ତା ମଝିରେ ମହିଳା ଓକିଲଙ୍କୁ ଗୋଇଠା ଓ ଚାପୁଡ଼ା: ସମସ୍ତେ ଦେଖିଲେ, କେହି ପ୍ରତିବାଦ କଲେନି

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। ମହିଳା ଓକିଲଙ୍କୁ ମାରିଲେ ଗୋଇଠା ଓ ଚାପୁଡ଼ା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ବିନାୟକ ନଗରର ବିଚ୍ ରାସ୍ତାରେ ।

|

ବେଙ୍ଗାଳୁରୁ: ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। ମହିଳା ଓକିଲଙ୍କୁ ମାରିଲେ ଗୋଇଠା ଓ ଚାପୁଡ଼ା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ବିନାୟକ ନଗରର ବିଚ୍ ରାସ୍ତାରେ । ମହିଳା ଓକିଲଙ୍କୁ ବ୍ୟକ୍ତି ଜଣକ ସମସ୍ତଙ୍କ ଆଗରେ ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Karnataka

୮ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି, ବିଚ୍‌ ରାସ୍ତାରେ ଅଭିଯୁକ୍ତ ମହିଳା ଓକିଲଙ୍କୁ ଗୋଇଠା ଉପରେ ଗୋଇଠା ମାରିବା ସହ ଚାପୁଡ଼ା ମଧ୍ୟ ମାରୁଛନ୍ତି। ମହିଳା ଜଣକ ଚିତ୍କାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭିଯୁକ୍ତର ମାଡ଼ରେ ମହିଳା ଜଣକ ହାତରେ ଧରିଥିବା କାଗଜ ତଳେ ପଡ଼ି ଯାଉଥିବା ନଜର ଆସିଛି। ଜଣେ ମହିଳାଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ।

ପୋଲିସର ପ୍ରାଥମିକ ସୂଚନା ମୁତାବକ, ମହିଳା ଓକିଲଙ୍କୁ ମାଡ ମାରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ପଡୋଶୀ ମହାନ୍ତେଶ ।
ମହିଳା ଓକିଲ ଓ ମହନ୍ତେଶ ମଧ୍ୟରେ ଜମି ବିବାଦକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲି ରହିଥିଲା। ଏନେଇ ମହନ୍ତେଶ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Karnataka: Woman Lawyer Assaulted by Man in Public
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X