Get Updates
Get notified of breaking news, exclusive insights, and must-see stories!

ନୟାପଲ୍ଲୀରେ ସାମ୍ବାଦିକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍

ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଜଣେ ସାମ୍ୱାଦିକ ।

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଜଣେ ସାମ୍ୱାଦିକ ।

journalist

ମିଳିଥିବା ସୂଚନାନୁସାରେ, ଗତକାଲି ରାତି ୧୧ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ କଡ଼ରେ ଲୁଟେରା ମାନେ ସାମ୍ବାଦିକଙ୍କୁ ଅଟକାଇଥିଲେ । ପରେ ବେକରେ ମାରଣାସ୍ତ୍ର ଲଗେଇ ଦୁଇଟି ମୋବାଇଲ ନେବା ସହ ହାତରୁ ସୁନା ମୁଦି ଖୋଲିବା ପାଇଁ କହିଥିଲେ । ହାତରୁ ମୁଦି ନ ଖୋଲିବାରୁ ଆଙ୍ଗୁଠିକୁ ଖଣ୍ଡାରେ ଆକ୍ରମଣ କରି ମୁଦି ନେଇଯାଇଥିବା ଅଭିଯୋଗ ହୋଇଛି । ସୌମ୍ୟଙ୍କ ବେକ ଓ ଆଙ୍ଗୁଠିରେ କ୍ଷତ ଚିହ୍ନଟ ଅଛି । ଲୁଟେରା ଘଟଣା ସ୍ଥଳରୁ ଫେରାର ହେବା ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ । ନୟାପଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୌମ୍ୟ ରଂଜନ ସେଠି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ନୟାପଲ୍ଲି ଥାନା ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+