For Quick Alerts
Turn On Notification  
For Daily Alerts
Oneindia App Download

ନୟାପଲ୍ଲୀରେ ସାମ୍ବାଦିକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍

ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଜଣେ ସାମ୍ୱାଦିକ ।

|

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଜଣେ ସାମ୍ୱାଦିକ ।

journalist

ମିଳିଥିବା ସୂଚନାନୁସାରେ, ଗତକାଲି ରାତି ୧୧ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ କଡ଼ରେ ଲୁଟେରା ମାନେ ସାମ୍ବାଦିକଙ୍କୁ ଅଟକାଇଥିଲେ । ପରେ ବେକରେ ମାରଣାସ୍ତ୍ର ଲଗେଇ ଦୁଇଟି ମୋବାଇଲ ନେବା ସହ ହାତରୁ ସୁନା ମୁଦି ଖୋଲିବା ପାଇଁ କହିଥିଲେ । ହାତରୁ ମୁଦି ନ ଖୋଲିବାରୁ ଆଙ୍ଗୁଠିକୁ ଖଣ୍ଡାରେ ଆକ୍ରମଣ କରି ମୁଦି ନେଇଯାଇଥିବା ଅଭିଯୋଗ ହୋଇଛି । ସୌମ୍ୟଙ୍କ ବେକ ଓ ଆଙ୍ଗୁଠିରେ କ୍ଷତ ଚିହ୍ନଟ ଅଛି । ଲୁଟେରା ଘଟଣା ସ୍ଥଳରୁ ଫେରାର ହେବା ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ । ନୟାପଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୌମ୍ୟ ରଂଜନ ସେଠି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ନୟାପଲ୍ଲି ଥାନା ପୋଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
journalist robbed at gunpoint in bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X