Jharkhand Murder Case: ପତ୍ନୀକୁ ହତ୍ୟା କରି ୧୨ ଖଣ୍ତ କଲା ସ୍ୱାମୀ
Jharkhand Murder Case: ପତ୍ନୀକୁ ହତ୍ୟା କରି ୧୨ ଖଣ୍ତ କଲା ସ୍ୱାମୀ
ଝାଡ଼ଖଣ୍ତ: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ତ ଭଳି ଆଉ ଏକ ଘଟଣା ସାରା ଦେଶରେ ସୃଷ୍ଟି କଲା ଚହଳ । ନିଜ ଦ୍ୱିତୀୟ ପତ୍ନୀକୁ ହତ୍ୟା କରି ୧୨ ଖଣ୍ତ କଲା ସ୍ୱାମୀ । ଏହି ଘଟଣାର ଅଧିକ ବିବରଣୀ ପ୍ରଦାନ କରି ପୋଲିସ ଅଧିକାରୀ କହିଛନ୍ତି, 'ଝାଡ଼ଖଣ୍ତ ସାହିବଗଞ୍ଜର ୨୨ ବର୍ଷ ବୟସ୍କା ଆଦିବାସୀ ମହିଳାଙ୍କ ମୃତଦେହର ୧୨ ଖଣ୍ଡ ମିଳିଛି । ମୃତଦେହର ଆଉ କିଛି ଅଂଶ ଖୋଜାଖୋଜି ଜାରି ରହିଛି । ଅଭିଯୁକ୍ତ ସ୍ୱାମୀ ଦିଲଦାର ଅନସାରୀଙ୍କୁ ଗିରଫ କରାଯାଇଛି, ମୃତ ମହିଳା ତାଙ୍କର ଦ୍ୱିତୀୟ ପତ୍ନୀ । "

ପୋଲିସର ସୂଚନାନୁସାରେ, ଶନିବାର (ଡିସେମ୍ବର 17) ସନ୍ଧ୍ୟା ୬ଟା ସମୟରେ ବୋରିଆ ସନ୍ଥାଲିର ଏକ ନିର୍ମାଣଧୀନ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଜଣେ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ର ପଛକୁ ଯାଇଥିଲେ । ସେଠାରେ ସେ ମହିଳାଙ୍କ ଗୋଡ଼ ଏବଂ ଦେହର କିଛି ଅଂଶ କୁକୁର ଖାଉଥିବାର ଦେଖିଥିଲେ । ପରେ ସେ ଏନେଇ ପୋସିଲକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତ ସ୍ୱାମୀ ଦିଲଦାର ଅନସାରୀକୁ ଗିରଫ କରିଛି ।
ମୃତ ମହିଳା ହେଲେ ରୁବିକା ପାହାଡିନ । ଯାହାଙ୍କୁ ତାଙ୍କ ସ୍ୱାମୀ ଦିଲଦାର ଅନସାରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, 'ରୁବିକା ଦିଲଦାରଙ୍କ ଦ୍ୱିତୀୟ ପତ୍ନୀ ଏବଂ ଗତ ଦୁଇ ବର୍ଷ ହେଲା ଉଭୟ ପରସ୍ପର ସହ ଚିହ୍ନା ହୋଇଥିଲେ ଏବଂ ପ୍ରେମ ବିବାହ କରିଥିଲେ । ତେବେ ପୂର୍ବରୁ ରୁବିକାଙ୍କ ପରିବାର ତରଫରୁ ଏକ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା ।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିରହୁଥିଲା । ଶେଷରେ ନୃଶଂସ ପାଲଟି ଯାଇଥିଲା ଦିଲଦାର ଏବଂ ନିଜ ୨୨ ବର୍ଷିୟ ପତ୍ନୀଙ୍କୁ ହାତ୍ୟା କରି ୧୨ ଘଣ୍ତରେ କାଟି ଫିଙ୍ଗିଦେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ପୋଲିସ ସନ୍ଦେହ କରୁଛି ଯେ, ଅଭିଯୁକ୍ତ ଜଣକ ମହିଳାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟିବା ପାଇଁ ଇଲେକ୍ଟ୍ରିକ୍ କଟର ଭଳି ତୀକ୍ଷ୍ଣ ଜିନିଷ ବ୍ୟବହାର କରିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।












Click it and Unblock the Notifications